ମାଡିଆସୁଛି ବାତ୍ୟା ‘ଗୁଲାବ’, ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ

author img

By

Published : Sep 26, 2021, 12:58 PM IST

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଗୁଲାବ' । ଏଥିଲାଗି ପ୍ରସ୍ତୁତ ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ...

କଟକ: ବାତ୍ୟା 'ଗୁଲାବ'ର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଟିମଗୁଡିକୁ ମୁତୟନ କରାଯାଇଛି । ସେଥିମଧ୍ୟରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ସେଠାକାର ଦମକଳ କେନ୍ଦ୍ରର 84ଟି ଟିମକୁ ସଜାଗ କରାଯାଇଥିବା ସୂଚନା ମିଳିଛି ।

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଏହା ବ୍ୟତୀତ ସମ୍ବଲପୁରରୁ 6 ଟିମକୁ ଗଞ୍ଜାମ ଓ ନୂଆପଡା ଏବଂ ଭବାନୀପାଟଣାରୁ 5 ଟିମକୁ ଗଜପତି ଓ ରାୟଗଡାକୁ ପଠାଯାଇଛି । ଅତିରିକ୍ତ 5ଟି ଟିମକୁ ରିଜର୍ଭରେ ରଖାଯାଇଛି । ବରଗଡ଼, ସୋନପୁର ଓ ବଲାଙ୍ଗୀରରେ ଥିବା 15 ଟିମକୁ ଷ୍ଟାଣ୍ଡ ବାଏରେ ରଖାଯାଇଛି । ସେହିପରି ଟୁଇନ ସିଟିରେ ମଧ୍ୟ ଜଳବନ୍ଦୀ ସମସ୍ୟା ଉପରେ ନଜର ରଖାଯାଇଛି । ସେଥିପାଇଁ ପମ୍ପ ସେଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହା ବି ପଢନ୍ତୁ: ବାତ୍ୟା ‘ଗୁଲାବ’: ୩ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା, ୭୦ରୁ ୮୦ କିମି ବେଗରେ ବହିବ ପବନ

ରାତି ୯ ଟା ପରେ ବାତ୍ୟା ‘ଗୁଲାବ’ର ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପବନର ବେଗ ୭୦ ରୁ ୮୦ କିମି ଓ ସର୍ବାଧିକ ୯୦ କିମି ପର୍ଯ୍ୟନ୍ତ ରହିବ । ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏହି ଦୁଇ ଜିଲ୍ଲାରେ ପବନର ବେଗ ରହିବ ୭୫ - ୮୫ କିମି। ଉତ୍ତର -ଦକ୍ଷିଣ ହିସାବରେ ୧୭୨ କିଲୋମିଟର ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ସେହିପରି ପୂର୍ବ-ପଶ୍ଚିମ ହିସାବରେ ୧୨୫ କିମି ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ଆକସ୍ମିକ ବନ୍ୟା, ଲ୍ୟାଣ୍ଡ ସ୍ଲାଇଡ୍ ହେବାର ମଧ୍ୟ ସମ୍ଭାବନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.