SCB ମେଡିକାଲରୁ ଶିଶୁ କନ୍ୟା ଚୋରି !

author img

By

Published : Sep 26, 2022, 9:01 PM IST

Updated : Sep 26, 2022, 9:13 PM IST

SCB ମେଡିକାଲରୁ ଶିଶୁକନ୍ୟା ଚୋରି !

କଟକ ବଡ଼ ମେଡ଼ିକାଲ ଏସସିବି (SCB)ରୁ ଶିଶୁ କନ୍ୟା ଚୋରି ନେଇ ଅଭିଯୋଗ । ଚାଲିଛି ସିସିଟିଭି ଫୁଟେଜ ଯାଞ୍ଚ । ଅଧିକ ପଢନ୍ତୁ

କଟକ: ଜିଲ୍ଲାର ବଡ଼ ମେଡ଼ିକାଲ ଏସସିବି (SCB)ରୁ ଶିଶୁ କନ୍ୟା ଚୋରି ନେଇ ହୋଇଛି ଅଭିଯୋଗ । ଆଇସିୟୁ (ICU)ରେ ଭର୍ତ୍ତି ହୋଇଥିଲା ଶିଶୁକନ୍ୟା । ପ୍ରସୂତି ବିଭାଗର ଦ୍ବିତୀୟ ମହଲାରୁ ଶିଶୁ କନ୍ୟା ଚୋରି ଅଭିଯୋଗ । ଅଭିଯୋଗ ପରେ CCTV ଫୁଟେଜ ଯାଞ୍ଚ କରୁଛନ୍ତି ଏସସିବି କର୍ତ୍ତୃପକ୍ଷ । ନବଜାତକକୁ ଜଣ୍ଡିସ ହୋଇଥିବାରୁ ICU ରେ ଚାଲିଥିଲା ଚିକିତ୍ସା ।

SCB ମେଡିକାଲରୁ ଶିଶୁ କନ୍ୟା ଚୋରି !
SCB ମେଡିକାଲରୁ ଶିଶୁ କନ୍ୟା ଚୋରି !

ଚିକିତ୍ସା ସମୟରେ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା । ଏନେଇ ଏସସିବି ମେଡିକାଲ ଫାଣ୍ଡି ଏତଲା କଲେ ଶିଶୁର ବାପା । ତାଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ । ନବଜାତ ଶିଶୁର ବାପାଙ୍କ କହିବା କଥା ଗତ ଗୁରୁବାର ଦିନ ତାଙ୍କର ସ୍ତ୍ରୀଙ୍କୁ ଏସସିବି ମେଡିକାଲ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ସେହି ଦିନ ତାଙ୍କର ଯାଆଁଳ ଶିଶୁକନ୍ୟା ଜନ୍ମ ନେଇଥିଲେ ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିଲେ । ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ବିଭାଗ ଡାକ୍ତର କହିଥିଲେ । ମାତ୍ର ଆଜି ଚେକଅପ କରିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣାପଡିଥିଲା ।

ତେବେ ଶିଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ICUରେ ଭର୍ତ୍ତି କରିଥିଲେ । ଶିଶୁ କନ୍ୟାର ପିଉସୀ ICUରେ ଆଡମିଶନ କରିକି ଆସିବା ପରେ ଦିନ ୩ଟାରେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ । ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ICU ଭିତରକୁ କାହାକୁ ଅନୁମତି ନାହିଁ କିଭଳି ICUରୁ ଝିଅ ଚୋରି ହେଲା । ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା ।

ଇଟିଭି ଭାରତ, କଟକ

Last Updated :Sep 26, 2022, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.