ଯୌତୁକ ହତ୍ୟାକାଣ୍ଡରେ ମିଳୁନି ନ୍ୟାୟ, ପରିବାର ଲୋକ ଅତିରିକ୍ତ ପୋଲିସ ଡିଜିଙ୍କ ଦ୍ବାରସ୍ଥ

author img

By

Published : Oct 18, 2021, 11:00 PM IST

ଯୌତୁକ ହତ୍ୟାକାଣ୍ଡରେ ମିଳୁନି ନ୍ୟାୟ, ପରିବାର ଲୋକ ଅତିରିକ୍ତ ପୋଲିସ ଡିଜିଙ୍କ ଦ୍ବାରସ୍ଥ

ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣିଲେ ପରିବା ଲୋକେ । ଏହାକୁ ନେଇ ଅତିରିକ୍ତ ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କଲେ ମୃତକଙ୍କ ପରିବାର । ଅଧିକ ପଢ଼ନ୍ତୁ...

କଟକ: ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣିଲେ ପରିବାର ଲୋକେ । ଏହାକୁ ନେଇ ଅତିରିକ୍ତ ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କଲେ ମୃତକଙ୍କ ପରିବାର । କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଞ୍ଚଳରେ ବାସନ୍ତୀ ରଣା ନାମକ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିଲେ ଶାଶୁ ଘର ଲୋକ । ଏହାକୁ ନେଇ ବାସନ୍ତୀଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସୁ୍ଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଯୌତୁକ ହତ୍ୟାକାଣ୍ଡରେ ମିଳୁନି ନ୍ୟାୟ, ପରିବାର ଲୋକ ଅତିରିକ୍ତ ପୋଲିସ ଡିଜିଙ୍କ ଦ୍ବାରସ୍ଥ

ଅଗଷ୍ଟ 10 ତାରିଖରେ ବାସନ୍ତୀଙ୍କ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ । ଆଗରୁ ବହୁବାର ପାରିବାରିକ ଗଣ୍ଡଗୋଳ ହୋଇଥିଲା । ହେଲେ ପୋଲିସ ଉପସ୍ଥିତିରେ ସମସ୍ତ ସମାଧାନ କରାଯାଇଥିଲା । ବାସନ୍ତୀଙ୍କ ମୃତ୍ୟୁକୁ ପରିବାର ଲୋକେ ହତ୍ୟା ଅଭିଯୋଗ ନର୍ଲା ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ ମାମଲା ରୁଜୁ ନ କରି ପାଲଟା ବାସନ୍ତୀଙ୍କ ପରିବାରକୁ ମାମଲା ରୁଜୁ ନକରିବା ପାଇଁ ବାଧ୍ୟ କରିଥିଲେ । ଏନେଇ ପରିବାର ଲୋକେ ପ୍ରଥମେ ଜିଲ୍ଲା SP ଏବଂ ପରେ କୋରାପୁଟରେ DIGଙ୍କୁ ଭେଟିବା ପରେ ଅକ୍ଟୋବର 5ରେ ପୋଲିସ ମାମଲା ରୁଜୁ କରିଛି ।

ତେବେ ମାମଲା ରୁଜୁ ପରେ ମଧ୍ୟ ବଂଶୀଧର ସାମଲ ନାମକ ତଦନ୍ତକାରୀ ଅଧିକାରୀ ବାସନ୍ତୀଙ୍କ ପରିବାରଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ଆଜି(ସୋମବାର) ପୁଣି ପରିବାରବର୍ଗ କଟକ ଆସି ପୋଲିସ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହୋଇଛନ୍ତି । ତ୍ୱରିତ ତଦନ୍ତ ସହିତ ପରିବାର କୁ ନ୍ୟାୟ ପ୍ରଦାନ ପାଇଁ ଆଶ୍ୱାସନା ମିଳିଛି ବୋଲି କହିଛନ୍ତି ବାସନ୍ତୀଙ୍କ ବଡ଼ଭାଇ ବାସୁଦେବ ରଣା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.