ଗଞ୍ଜେଇ ଯାଞ୍ଚ ବେଳେ କାରରୁ ରୂପା ଇଟା ଜବତ ଘଟଣା, ମିଳିଲା ବ୍ୟବସାୟୀଙ୍କ ଠିକଣା

author img

By

Published : Sep 22, 2022, 1:14 PM IST

Updated : Sep 23, 2022, 9:28 AM IST

ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା, ମିଳିଲା ବ୍ୟବସାୟୀଙ୍କ ଠିକଣା

କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା । କାରରେ ଆସିକାରୁ ଖଡଗପୁରକୁ ରୂପା ଇଟା ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ । ପ୍ରାୟ ୧୦କେଜି ଓଜନର ରୂପା ଅଳଙ୍କାର ସମେତ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । 2 ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ରୂପା କାରବାର କରୁଥିବା ବ୍ୟବସାୟୀଙ୍କ ଠିକଣା ମିଳିଛି ।

କଟକ: ଅବକାରୀ ବିଭାଗକୁ ବଡ ସଫଳତା । କଟକ ମଙ୍ଗୁଳି ଟୋଲ ଗେଟ ନିକଟରୁ ଏକ କାରରୁ ଏକ କୁଇଣ୍ଟାଲ ରୂପା ଇଟା ସମେତ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ଜବତ କରିଛି ଅବକାରୀ ବିଭାଗ (Excise department seized Over 100 kg silver bricks) । ତଦନ୍ତ ବେଳେ ଏହି ରୂପା ଇଟା ଆସିକାରୁ ଖଡଗପୁରକୁ ଚାଲାଣ ହେଉଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ରୂପା କାରବାର କରୁଥିବା ବ୍ୟବସାୟୀଙ୍କ ଠିକଣା ମଧ୍ୟ ମିଳିଛି । ବ୍ୟବସାୟୀ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ମେସେର୍ସ ଅଙ୍କନ ସିଲଭର ଆର୍ଟ । ସେ ଗଞ୍ଜାମ, ଖୋର୍ଦ୍ଧା ଓ କଟକର କିଛି ବ୍ୟବସାୟୀଙ୍କ ସହ କରୁଥିବା ବ୍ୟବସାୟ। GST ରେ ହଜାର ହେବା ପାଇଁ ତାକୁ ସମନ ଜାରି କରାଯାଇଛି ।

ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା

ସୂଚନା ଅନୁସାରେ କଟକ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ପାଇଁ ଜାଲ ବିଛାଇଥିଲା । ଏଥିନିମନ୍ତେ ଟାଙ୍ଗି ଟୋଲ ଗେଟ ନିକଟରେ ଅବକାରୀ ଟିମ ଛକି ରହି ଗାଡ଼ି ମୋଟର ଯାଞ୍ଚ କରୁଥିଲେ । ପଶ୍ଚିମବଙ୍ଗର ନମ୍ବର ଥିବା ଏକ କାର(WB50R5876)କୁ ଅଟକାଇଥିଲା ଅବକାରୀ ଟିମ । ଯାଞ୍ଚ ବେଳେ କାର ଚାଳକ ଆସ୍କାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା କହିଥିଲେ । ତେବେ ଗଞ୍ଜେଇ ସନ୍ଦେହରେ କାର ଅଟକାଇ ଗାଡି ଭିତରେ ଚେକିଂ କରିଥିଲା ଅବକାରୀ ଟିମ । କାର ଭିତରେ ତନ୍ନତନ୍ନ କରି ଯାଞ୍ଚ କରିବା ବେଳେ ପଛ ସିଟ ତଳେ ଏକ ସିକ୍ରେଟ ଚାମ୍ବରର ସନ୍ଧାନ ମିଳିଥିଲା । ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ଥିବା ସନ୍ଦେହରେ ଖୋଲା ଯାଇଥିଲା ସିକ୍ରେଟ ଚାମ୍ବର । ମାତ୍ର ସେଥିରୁ ଗଞ୍ଜେଇ ବାହାରିନଥିଲା । ଯାହା ବାହାରିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ଗଞ୍ଜେଇ ଯାଞ୍ଚ ବେଳେ କାରରୁ ମିଳିଲା ଏକ କୁଇଣ୍ଟାଲ ରୂପା ଇଟା

ସବୁଠାରୁ ବଡ଼ କଥା ହେଉଛି କାରର ସିକ୍ରେଟ ଚାମ୍ବର ଭିତରେ ରୂପା ଇଟା ଗୁଡ଼ିକ ରଖାଯାଇଥିଲା । ସିକ୍ରେଟ ଚାମ୍ବର ଭିତରୁ ଗୋଟିଏ ପରେ ଗୋଟିଏ ଏପରି ୪୭ ଖଣ୍ଡ ରୂପା ଇଟା ବାହାରିଥିଲା । କେବଳ ସେତିକି ନୁହେଁ କାର ଭିତରୁ ବହୁ ମାତ୍ରାରେ ରୂପା ପାଉଁଜି, ରୂପାର ହାତ ଓ ଗୋଡ ମୁଦି, ଚୁଡି, ବ୍ରେସଲେଟ, ଚେନ ଆଦି ରୂପା ଅଳଙ୍କାର ମିଳିଥିଲା । ତେବେ ଏହି ଘଟଣାରେ ଗାଡିର ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ସମୟରେ ସେମାନଙ୍କ ଠାରୁ ନଗଦ ପ୍ରାୟ ୧୨ ଲକ୍ଷ ଟଙ୍କା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: OCS Exam: ଅକ୍ଟୋବର 16 ତାରିଖରେ ପ୍ରିଲିମନାରୀ ପରୀକ୍ଷା

ଏହା ଜାଣି ଅବକାରୀ ବିଭାଗର କର୍ମଚାରୀ ମାନେ ଉକ୍ତ ଗାଡି ସହ ଏଥିରେ ସାମିଲ ଥିବା ୨ ଜଣଙ୍କୁ ଅଫିସକୁ ଆଣି ଛାନଭିନ କରିଥିଲା । ସିକ୍ରେଟ ଚାମ୍ବର ଭିତରୁ ବାହାରି ଥିବା ୪୭ ଖଣ୍ଡ ରୂପା ଇଟାର ଓଜନ ଏକ କ୍ବିଣ୍ଟାଲରୁ ଅଧିକ ଥିବା ବେଳେ ୧୦ କେଜିରୁ ଅଧିକ ରୂପା ଅଳଙ୍କାର ଏବଂ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା ଅବକାରୀ ବିଭାଗ ।

ଏହା ବି ପଢନ୍ତୁ- Bike lift murder case: ପୋଲିସ ହାତରେ ଲାଗିଲା ବଡ ସୁରାକ

ଜବତ କାରରେ ଦୁଇ ଜଣ ଥିଲେ । ଦିଲ୍ଲୀପ ମଣ୍ଡଳ ଡ୍ରାଇଭର ଭାବେ ଗାଡି ଚଳାଉଥିବା ବେଳେ ଅତନୁ ପାଲ ନାମକ ଯୁବକ ଗାଡିରେ ସହାୟକ ଭାବେ ବସିଥିଲେ । ଉଭୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଉଭୟ ଖଡଗପୁର ଅଞ୍ଚଳର ବାସିନ୍ଦା । ଜବତ କରାଯାଇଥିବା ସାମଗ୍ରୀର ମାଲିକ ଅନ୍ୟ ଜଣେ । ଏ ନେଇ ଡ୍ରାଇଭର ଦିଲ୍ଲୀପ କହିଛନ୍ତି, "ମୁଁ ଡ୍ରାଇଭର ଭାବେ କାମ କରେ। ଆସ୍କାରୁ ପଶ୍ଚିମବଙ୍ଗ ସାମଗ୍ରୀ ନେଇ ଯାଉଥିଲି । ତେବେ ଏହା ଚୋରି ସାମଗ୍ରୀ ନୁହେଁ । ଆସ୍କାର ବାପୁ ନାମକ ବ୍ୟକ୍ତିର । "

ସୂଚନା ଅନୁସାରେ ରୂପା ସାମଗ୍ରୀ ଗୁଡିକ ପଶ୍ଚିମବଙ୍ଗର । ଓଡି଼ଶାରେ ଏହା ବିକ୍ରୟ କରାଯାଉଥିଲା । ଆସ୍କାରେ କିଛି ରୂପା ବିକ୍ରୟ କରାଯାଇଥିଲା । ପ୍ରାୟ ୧୨ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ବିକ୍ରୟ କରାଯାଇଥିଲା । ସବୁ ସାମଗ୍ରୀ ବିକ୍ରୟ ନ ହେବାରୁ ସେସବୁକୁ ପଶ୍ଚିମବଙ୍ଗ ଫେରାଇ ନିଆଯାଉଥିଲା । ଅନ୍ୟପଟେ ଜିଏସଟି ଆସିଷ୍ଟାଣ୍ଟ କମିଶନର ଆଶିଷ ସାହୁ ଗୁରୁବାର ରୂପା ଅଳଙ୍କାରର ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସୂଚନା ଦେବା ପରେ ତାର ଠିକଣା ମିଳିଥିବା ଜଣା ପଡିଛି ।

ଇଟିଭି ଭାରତ, କଟକ

Last Updated :Sep 23, 2022, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.