ନକଲି ଔଷଧ କାରବାର ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

author img

By

Published : Sep 21, 2022, 1:20 PM IST

drug trafficking case pil field in high court

କଟକରୁ ପୁଣି ନକଲି ଔଷଧ ଜବତ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ନକଲି ଔଷଧ ଉତ୍ପାଦନକାରୀଙ୍କୁ ଠାବ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ଅଧିକ ପଢ଼ନ୍ତୁ

କଟକ: ସହରରେ ପରିଚାଳିତ ହେଉଥିବା ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା । ଟେଲମା ବ୍ୟତୀତ ଅନ୍ୟ କୌଣସି ଔଷଧକୁ ନକଲି କରି ବିକ୍ରି ହେଉଛି ନା ନାହିଁ ତାହା ଜାଣିବା ଲାଗି ତଦନ୍ତ ଦାବି ହୋଇଛି । ନକଲି ଔଷଧ ଉତ୍ପାଦନକାରୀଙ୍କୁ ଠାବ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ଧାରାରେ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି ।

ନକଲି ଔଷଧ କାରବାର ଘଟଣା

ଏହି ମାମଲାରେ ସିବିଆଇ,ରାଜ୍ୟ ମୁଖ୍ୟ ଶାସନ ସଚିବ,ଗୃହ ସଚିବ, ସ୍ୱାସ୍ଥ୍ୟ ବିଭାଗ,କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । କଟକର ଦୁଇ ଜଣ ଷ୍ଟକିଷ୍ଟ ଉଚ୍ଚ ରକ୍ତଚାପ ପାଇଁ ବହୁଳ ଭାବେ ବ୍ୟବହାର ହୋଉଥିବା ପ୍ରତିଷ୍ଠିତ ଔଷଧ ଉତ୍ପାଦନ କମ୍ପାନୀ ଗ୍ଲେନମାର୍କର ତିନିଟି ଔଷଧ ଟେଲମା 40, ଟେଲମା ଏ.ଏମ ଓ ଟେଲମା ଏଚ. ଭଳି ତିନିଟି ଔଷଧକୁ ନକଲି କରି ବିକ୍ରି କରାଯାଉଥିବା ଜଣା ପଡ଼ିଥିଲା ।

କଟକର ଦୁଇଟି ଷ୍ଟକିଷ୍ଟ ମୋଟ 50 ଲକ୍ଷ ଟଙ୍କା ଔଷଧକୁ ବିକ୍ରି ପାଇଁ ପଠାଯାଇଥିବା ଥିବା ବେଳେ ସେଥିମଧ୍ୟରୁ ଓଡ଼ିଶା ବଜାରକୁ ପ୍ରାୟ 30 ଲକ୍ଷ ଟଙ୍କାର ଔଷଧ ବିକ୍ରି ପାଇଁ ଛଡ଼ାଯାଇଥିଲା । ତେବେ ନକଲି ବୋଲି ସନ୍ଦେହ ହେବା ପରେ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ( Drug control Administration raid) ମିଳିତ ଟିମ କଳା ତାଲିକା ଭୁକ୍ତ ଭି. ଆର୍ ଏଜେନ୍ସିର ପ୍ରାୟ 15ସହ ଷ୍ଟ୍ରିପ ଔଷଧକୁ ଜବତ କରିିଥିଲା । ଓଡ଼ିଶା ଡ୍ରଗ କଣ୍ଟ୍ରୋଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରକୁ ପ୍ରତ୍ୟାହାର କରି ସେଗୁଡ଼ିକୁ ଜବତ କରି ସାରିଛି । ଏହା ବ୍ୟତୀତ ଦୁଇଟି ପର୍ଯ୍ୟାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ 40 ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: କଟକରୁ ପୁଣି ଲକ୍ଷାଧିକ ଟଙ୍କାର ନକଲି ଔଷଧ ଜବତ

ସୂଚନା ଥାଉକି, କିଛି ଦିନ ପୂର୍ବେ ଏହି ନକଲି ଔଷଧ କାରବାର ଘଟଣାକୁ ଗୁରୁତର ସହ ନେଇଥିଲା କମିଶନରେଟ ପୋଲିସ । ଜବତ ଔଷଧ ଗୁଡିକ ନକଲି ଥିବା ସହିତ ବିଷାକ୍ତ ବୋଲି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରିପୋର୍ଟ ଦେବା ପରେ ତଦନ୍ତକୁ ଆହୁରି ଗଭୀର କରିଥିଲା ପୋଲିସ । ସେହି ତଥ୍ୟକୁ ଆଧାର କରି ତଦନ୍ତ କରାଯିବା ଏବଂ ଗିରଫ ଦୁଇ ଷ୍ଟକିଷ୍ଟଙ୍କ ଠାରୁ ଔଷଧ କିଣିଥିବା ଅସାଧୁ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ଏନେଇ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଆକାଉଣ୍ଟରୁ 12 ଲକ୍ଷ ଟଙ୍କା ଫ୍ରିଜ କରିଥିଲା ପୋଲିସ । ନକଲି ଔଷଧ କାରବାର ଅଭିଯୋଗ ପରେ ତତ୍ପର ଡ୍ରଗ୍ସ ବିଭାଗ । ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଟିମ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.