ଅପରେସନ ହାତୀ: ଉଦ୍ଧାର ସମୟରେ ଓଲଟିଲା ODRAF ବୋଟ, ଜଣେ ନିଖୋଜ

author img

By

Published : Sep 24, 2021, 2:16 PM IST

Updated : Sep 24, 2021, 5:33 PM IST

ହାତୀ ଉଦ୍ଧାର ସମୟରେ ଅଘଟଣ, ଓଲଟିଲା ODRAF ବୋଟ

କଟକ ମୁଣ୍ଡଳୀ ବ୍ୟାରେଜ ନିକଟରୁ ହାତୀ ଉଦ୍ଧାର ବେଳେ ଘଟିଛି ଅଘଟଣ । ଓଲଟିଲା ODRAF ବୋଟ । ଜଣେ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ବେଳେ ଓ ୨ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବରିଷ୍ଠ ସାମ୍ବାଦିକ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ...

କଟକ: ହାତୀ ଉଦ୍ଧାର ବେଳେ ଅଘଟଣ । କଟକ ମୁଣ୍ଡଳୀ ବ୍ୟାରେଜ ନିକଟରେ ଉଦ୍ଧାର ସମୟରେ ସାମିଲ ହୋଇଥିବା ଓଡ୍ରାଫ ରବର ବୋଟ ନଦୀ ମଝିରେ ଓଲଟି ପଡିଛି । ଫଳରେ ଏଥିରେ ସାମିଲ ଥିବା କିଛି କର୍ମଚାରୀଙ୍କ ସମେତ ୨ ଗଣମାଧ୍ୟମ ପ୍ରତିନିଧି ଭାସି ଯାଇଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଜଣେ ଓଡ୍ରାଫ କର୍ମଚାରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡ଼ିଛି ।

ହାତୀ ଉଦ୍ଧାର ସମୟରେ ଅଘଟଣ, ଓଲଟିଲା ODRAF ବୋଟ

ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଥିଲେ ।

ହାତୀ ଉଦ୍ଧାର ସମୟରେ ଅଘଟଣ, ଓଲଟିଲା ODRAF ବୋଟ
ହାତୀ ଉଦ୍ଧାର ସମୟରେ ଅଘଟଣ, ଓଲଟିଲା ODRAF ବୋଟ

ଏହା ବି ପଢନ୍ତୁ: ମହାନଦୀରେ ଭାସିଗଲେ ହାତୀପଲ, ମୁଣ୍ଡଳିରେ ଲାଖିଛନ୍ତି 2

ତେବେ ମୁଣ୍ଡଳି ବ୍ରିଜରେ ଲାଖିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସାହାଯ୍ୟରେ ଚେଷ୍ଟା କରୁଥିଲା ବନବିଭାଗ ଓ ଓଡ୍ରାଫ ରବର ବୋଟ । କିନ୍ତୁ ଉଦ୍ଧାର ବେଳେ ଘଟିଛି ଏହି ଅଘଟଣ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 24, 2021, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.