ପୂଜା ଆଗରୁ ଚେତିଲା ପ୍ରଶାସନ, ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା CMC

author img

By

Published : Sep 30, 2022, 1:40 PM IST

bmc demolition of old building before durga puja in cuttack

କଟକରେ ଦୁର୍ଗା ପୂଜାକୁ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକ ସହରର ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା କଟକ ମହାନଗର ନିଗମ। ଅଧିକ ପଢ଼ନ୍ତୁ

କଟକ: ଦୁର୍ଗା ପୂଜା ପୂର୍ବରୁ କଟକର ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା କଟକ ମହାନଗର ନିଗମ(CMC) । ପୂଜା ସମୟରେ ଯେପରି କୌଣସି କ୍ଷତି ନ ଘଟେ ସେଥିପାଇଁ ରାସ୍ତା କଡ଼ରେ ଥିବା ପୁରୁଣା ଅସୁରକ୍ଷିତ କୋଠାକୁ ଭାଙ୍ଗିବା ଆରମ୍ଭ କରିଛି ସିଏମସି । ପ୍ରଥମ ପର୍ଯ୍ୟାୟରେ ମାଛୁଆ ବଜାର ନିକଟରେ ଥିବା ଗୀତା ସାହୁ ନାମକ ବ୍ୟକ୍ତିଙ୍କ ଅସୁରକ୍ଷିତ ପୁରୁଣା ଦୁଇ ମହଲା ଘରକୁ ଭଙ୍ଗାଯାଇଛି ।

ପୂଜା ଆଗରୁ ଚେତିଲା ପ୍ରଶାସନ

ଏହି କ୍ରମରେ କଟକର ୫୯ଟି ୱାର୍ଡରେ ଯେତେ ସବୁ ପୁରୁଣା ଓ ଅସୁରକ୍ଷିତ ଘର ଗୁଡିକ ରହିଛି ତାହାକୁ ନୋଟିସ ଆଧାରରେ ସିଏମସି ପକ୍ଷରୁ ଭଙ୍ଗାଯିବ ବୋଲି ସୂଚନା ରହିଛି । ଏନେଇ ସିଏମସି ଡେପୁଟି କମିଶନର କହିଛନ୍ତି, "ବିଲ୍ଡିଂଟି ଅସୁରକ୍ଷିତ ଭାବେ ଠିଆ ହୋଇଥିବାର ମାଲିକଙ୍କୁ ନୋଟିସ ହୋଇଥିଲା । ସାତ ଦିନ ମଧ୍ୟରେ ସେ ନ ଭାଙ୍ଗିବାରୁ ସିଏମସି ପକ୍ଷରୁ ଭଙ୍ଗା ଯାଇଛି । ଦୁର୍ଗା ପୂଜା ସମୟରେ ରାସ୍ତାଘାଟ ଭିଡ଼ ରହିବ । ତେଣୁ ଏପରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘରକୁ ଭଙ୍ଗା ଯାଉଛି । କେଉଁ କେଉଁ ସ୍ଥାନରେ ଏଭଳି ଅସୁରକ୍ଷିତ ବିଲ୍ଡିଂ ରହିଛି ସେନେଇ ଚିହ୍ନଟ ଚାଲିଛି । ଏନେଇ ସବୁ ୱାର୍ଡ ବୁଲି ଦେଖାଯିବ ।"

ପ୍ରଥମେ ୭ଦିନ ନୋଟିସ ଦିଆଯିବ ଯଦି ଏହି ଦିଗରେ ଘର ମାଲିକ କୌଣସି ପକ୍ଷ ନ ରଖନ୍ତି, ତେବେ ସିଧାସଳଖ ଘରକୁ ନିଯେ ଭାଙ୍ଗିବ ସିଏମସି । ତେବେ କଟକ ହଜାର ବର୍ଷର ସହର ହୋଇଥିବାରୁ ଏଠାରେ ଅନେକ ପୁରୁଣା ବିଲ୍ଡିଂ ରହିଛି । ସେଗୁଡିକୁ ଚିହ୍ନଟ ଓ ପରେ ନୋଟିସ ଆଧାରରେ ସଙ୍ଗେସଙ୍ଗେ ଭଙ୍ଗାଯିବ ବୋଲି କହିଛନ୍ତି ଡେପୁଟି କମିଶନର ସିଏମସି ।

ଏହା ମଧ୍ୟ ପଢ଼ନ୍ତୁ: ନଭେମ୍ବର 8ରୁ ଐତିହାସିକ କଟକ ବାଲିଯାତ୍ରା, ଆଜିଠୁ ପ୍ଲଟ୍‌ ଆବଣ୍ଟନ

ପୂର୍ବରୁ ଏଭଳି ଅସୁରକ୍ଷିତ ଭାବେ ଠିଆ ହୋଇଥିବା ବିଲ୍ଡିଂ ଏବଂ ପାଚେରୀ ଯୋଗୁଁ ଅନେକ ମୃତ୍ୟୁ ଘଟିଛି । କଟକ ଜିଲ୍ଲା ଦେଉଳ ସାହି ରେଭେନ୍ୟୁ କଲୋନୀରେ ସଫେଇ କାର୍ଯ୍ୟ କରିବା ସମୟରେ ପାଚେରୀଟି ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ଦିନ ଧରି ପାଚେରୀଟି ଅସୁରକ୍ଷିତ ଅବସ୍ଥାରେ ରହିଥିଲା ।

ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ଘଟିଥିବାବେଳେ ପାଚେରୀର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ କାର୍ଯ୍ୟକାରୀ ହୋଇନଥିଲା । ତେବେ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ସଫେଇ କର୍ମଚାରୀଙ୍କ ଜୀବନ ଯାଇଥିବା ସାଧାରଣରେ ବିବାଦ ଦେଖାଦେଇଥିଲା । ତେଣୁ ପୂଜା ଆଗରେ ଏସବୁ ପ୍ରତି ବିଶେଷ ଗୁରୁତ୍ବ ଦେଇଛି ସିଏମସି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.