SCB ଇକମୋ ୟୁନିଟରେ ଆଉ ଜଣେ ରୋଗୀ ମୃତ

author img

By

Published : Sep 23, 2021, 12:52 PM IST

ଏସସିବି ଇକମୋ ୟୁନିଟରେ ୪ର୍ଥ ରୋଗୀ ମୃତ

ଏସସିବି ଇକମୋ ୟୁନିଟରେ ଭର୍ତ୍ତି ହୋଇଥିବା ପ୍ରଥମ ରୋଗୀଙ୍କ ମୃତ୍ୟୁ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏସସିବି ଇକମୋ ୟୁନିଟକୁ ଗୋଟିଏ ବି ସଫଳତା ମିଳିପାରିଲାନି । ଅଧିକ ପଢନ୍ତୁ...

କଟକ: ରୋଗୀଙ୍କୁ ବଞ୍ଚାଇ ପାରୁନି ଏସସିବିର ଇକମୋ ୟୁନିଟ । ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ୩ ଜଣ ରୋଗୀଙ୍କ ମୃତ୍ୟୁ ଘଟି ଥିବାବେଳେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ପ୍ରଥମ ରୋଗୀ ଭାବେ ଚିହ୍ନଟ ହୋଇଥିବା ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ହୋଇଛି ।

ବର୍ତ୍ତମାନ ଏସସିବି ଏକମୋ ୟୁନିଟ ଏକ ପ୍ରକାର ଖାଲି ପଡିଛି । ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବ ଭାରତର ସବୁଠାରୁ ବୃହତ୍ତର ଏବଂ ମାଗଣା ଇକମୋ ୟୁନିଟ ଏସସିବିରେ ଉଦଘାଟନ କରିଥିଲେ । ଏସସିବି କାଡିଓଥେରାସିସ୍ ବିଭାଗରେ ୯ଟି ଏକମୋ ମେସିନ୍ ବସାଯାଇ ଥିବାବେଳେ ୬ଟି ଅଣକୋରୋନା ରୋଗୀଙ୍କ ପାଇଁ ଏବଂ ୩ଟି କୋରୋନା ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା ।

ତେବେ ମୁଖ୍ୟମନ୍ତ୍ରୀ ୟୁନିଟ ଉଦଘାଟନ କରିବାର ମାତ୍ର ଗୋଟିଏ ଦିନ ପରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଅନ୍ନପୂର୍ଣ୍ଣା ନାୟକ(୫୮) ଭର୍ତ୍ତି ହୋଇଥିଲେ । ଗତ ୨୪ ଦିନ ଇକମୋ ୟୁନିଟରେ ରହିବା ପରେ ଶେଷରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି କେନ୍ଦ୍ରାପଡାର ଯୁବକ ଜଗନ୍ନାଥ ପ୍ରଧାନ(୩୨), ବଲାଙ୍ଗୀରର ଜ୍ୟୋତିର୍ମୟୀ ପଣ୍ଡା(୩୮) ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଭୁବନେଶ୍ବରର ଦିଲ୍ଲୀପ କୁମାର ଅଗ୍ରୱାଲଙ୍କର ପୂର୍ବରୁ ମୃତ୍ୟୁ ଘିଟିଥିଲା । ଗତକାଲି ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ପରେ ଏସସିବି ଖାଲି ପଡିଛି । ମାତ୍ର ୟୁନିଟି ଏପର୍ଯ୍ୟନ୍ତ ଗୋଟିଏ ବି ସଫଳତା ହାସଲ କରିପାରିନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.