ACF ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

author img

By

Published : Sep 19, 2021, 7:10 PM IST

ACF ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ହେବ ପଲିଗ୍ରାଫ ଟେଷ୍ଟ

ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଆସନ୍ତାକାଲି(ସୋମବାର) ହେବ ପଲିଗ୍ରାଫ ଟେଷ୍ଟ । ଅଧିକ ପଢନ୍ତୁ...

କଟକ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଆସନ୍ତାକାଲି(ସୋମବାର) ହେବ ମୃତକ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପଲିଗ୍ରାଫ ଟେଷ୍ଟ । ବିଦ୍ୟାଭାରତୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ପୋଲିସ ଡିଜି ଅଭୟ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।

ପଲିଗ୍ରାଫ ଟେଷ୍ଟ ବା ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଭାରତୀଙ୍କୁ ମୃତ୍ୟୁ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚରାଯିବ । ତେବେ ଗତକାଲି(ଶନିବାର) ଷ୍ଟେଟ ଫରେନସିକ ଲାବ୍ରୋଟାରୀରେ ଡିଏଫଓଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ଡିଏଫଓ ସହ ରୋଷେୟା ମନ୍ମଥ କୁମ୍ଭଙ୍କ ମଧ୍ୟ ହୋଇଥିଲା ଟେଷ୍ଟ । ଟେଷ୍ଟରେ ସୋମ୍ୟଙ୍କ ମୃତ୍ୟୁ ସମ୍ପର୍କିତ ୨୦୦ ପ୍ରଶ୍ନର ଉତ୍ତର ଦେଇଛନ୍ତି ଡିଏଫଓ । କିଭଳି ହେଲା ସେ ସମ୍ପର୍କରେ ଜାଣିଥିଲେ କି ନାହିଁ । ସେ ଦିନ ରାତିରେ ଥିଲେ କି ନାହିଁ। ସେହି ଘଟଣାରେ ସମ୍ପୃକ୍ତି ଅଛି କି ନାହିଁ ? ସେ ସବୁର ପାଇଁ ଡିଟେକ୍ସନ ଟେଷ୍ଟ ଜରିଆରେ ହଁ କି ନାଁ ରେ ଜବାବ ରଖିଥିଲେ ଡିଏଫଓ ।

ଏହା ବି ପଢନ୍ତୁ: ACF ସୋମ୍ୟ ମୃତ୍ୟୁ ମାମଲା; DFO ସଂଗ୍ରାମଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଏହିଭଳି ଭାବରେ ବିଦ୍ୟାଭାରତୀଙ୍କ ମଧ୍ୟ ଏହି ଟେଷ୍ଟ ହେବ । ସୂଚନାଥାଉକି ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ପୋଲିସ । ଦୀର୍ଘ ଦୁଇମାସର ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ପାଖରେ ପହଞ୍ଚିପାରିନାହିଁ ପୋଲିସ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ଏସିଏଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ଜେନାଙ୍କୁ ବାରମ୍ବାର ଜେରା କରି ଅଧିକ ତଦନ୍ତ କରିଛି କିନ୍ତୁ ପ୍ରକୃତ ଆସାମୀକୁ ଧରିପାରିନାହିଁ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.