୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

author img

By

Published : Sep 20, 2022, 10:50 PM IST

୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

କଟକରେ ୨ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଯୌନ ରାକ୍ଷାସକୁ ଗିରଫ କରିଛି ପୋଲିସ । ୨ ଜଣ ନାବାଳିକାଙ୍କୁ ଚାଇଲ୍ଡ ୱେଲଫେୟାର୍‌ର ବସୁନ୍ଧରା ଜିମାରେ ଦିଆଯାଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କଟକ: କଟକରେ ୨ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଯୌନ ରାକ୍ଷାସକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ୨ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ଗତ ୧୪ ତାରିଖରେ ସିଡିଏ ଫେଜ ୨ ଥାନାରେ ଅଭିଯୋଗ ଆସିବା ପରେ ଅଭିଯୁକ୍ତ ଯୌନ ରାକ୍ଷାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

କଟକ ଡିସିପିଙ୍କ ସୂଚନା ଅନୁଯାୟୀ ସିଡ଼ିଏ ବାଲ୍ମିକୀ ନଗର ବସ୍ତିର ନାବାଳିକାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା । ତେବେ ଏଭଳି ଅଭିଯୋଗ ଆସିବା ପରେ ଅଭିଯୁକ୍ତ ବିରୋଧରେ ପୋକ୍ସ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏହା ସହିତ ୨ ଜଣ ନାବାଳିକାଙ୍କୁ ଚାଇଲ୍ଡ ୱେଲଫେୟାର୍‌ର ବସୁନ୍ଧରା ଜିମାରେ ଦିଆଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "୨୧ ବର୍ଷୀୟ ଅଭିଯୁକ୍ତ ସେହି ସିଡ଼ିଏ ବାଲ୍ମିକୀ ନଗର ବସ୍ତିର । ତେବେ ସେହି ଅଞ୍ଚଳରେ ୨ ଟି ଝିଅଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଗତ ୧୪ ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଆମେ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛୁ । ତେବେ ଉଭୟ ନାବାଳିକାଙ୍କୁ ଚାଇଲ୍ଡ ୱେଲଫେୟାର୍‌ର ବସୁନ୍ଧରା ଜିମାରେ ଦିଆଯାଇଛି । ସେମାନଙ୍କର କାଉନସେଲିଂ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.