2024ରେ ଓଡ଼ିଶାରେ ଆସିବ ଆମ ଆଦମୀ ପାର୍ଟି: ସବ୍ୟସଚୀ ମହାନ୍ତି

author img

By

Published : Sep 10, 2022, 7:44 PM IST

2024ରେ ଓଡ଼ିଶା ଆସିବ ଆମ ଆଦମୀ ପାର୍ଟି

ଓଡ଼ିଶାରେ ଶାସନକୁ ଆସିବ କେଜ୍ରିଓ୍ବାଲଙ୍କ ଦଳ । 2024 ନିର୍ବାଚନରେ ଓଡ଼ିଶାରେ ବହୁମତ ଆଣିବ ଆମ ଆଦମୀ ପାର୍ଟି । ଏନେଇ ନିଜ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରୁଛି ଆପ୍ । କଟକରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକରେ ଏହା ପ୍ରକାଶ କରିଛନ୍ତି କଟକ ଆପ ଦଳ ସମ୍ପାଦକ ସବ୍ୟସଚୀ ମହାନ୍ତି । ଅଧିକ ପଢ଼ନ୍ତୁ

କଟକ: ଓଡ଼ିଶାକୁ ଆସିବ ଆପ୍ ସରକାର । ଆସନ୍ତା 2024 ନିର୍ବାଚନରେ ଓଡ଼ିଶାରେ ବହୁମତ ଆଣିବ ଆମ ଆଦମୀ ପାର୍ଟି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ନିର୍ବାଚନୀ ବୈତରିଣୀ ପାର କରିବ ଦଳ । ତେବେ ଏହି ନିର୍ବାଚନୀ ମହା ଲଢ଼େଇ ପୂର୍ବରୁ ନିଜ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରୁଛି ଆପ୍ । ଜିଲ୍ଲା, ବ୍ଲକ ଓ ରାଜ୍ୟସ୍ତରରେ ଦଳକୁ ସୃଦୁଢ କରିବା ପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକାରିଣୀ ବୈଠକ ।

2024ରେ ଓଡ଼ିଶା ଆସିବ ଆମ ଆଦମୀ ପାର୍ଟି

ଏହିକ୍ରମରେ ଆଜି କଟକରେ ଦଳ ପକ୍ଷରୁ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ । ଦିଲ୍ଲୀ ମଡେଲ ଅନୁସାରେ ପଞ୍ଜାବରେ ମଧ୍ୟ ସମାନ ମଡେଲ ଆରମ୍ଭ କରିଛି ଆପ୍ । ଏହାସହ ଦେଶର 13ଟି ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ଆଭାସ ହୋଇ ସାରିଛି। ସେଥିମଧ୍ୟରୁ ଓଡିଶା ଉପରେ କେଜ୍ରିୱାଲଙ୍କ ଅଧିକ ନଜର ରହିଛି । ତେଣୁ 2024 ମହାଲଢ଼େଇ ପୂର୍ବରୁ ଦଳ ମଜଭୁତ ହେବାସହ ଶାସକ ଦଳକୁ ମାତ ଦେବା ପାଇଁ ଦଳ ସମସ୍ତ ରଣନୀତି ପ୍ରସ୍ତୁତି କରୁଥିବା କହିଛନ୍ତି କଟକ ଆପ ଦଳ ସମ୍ପାଦକ ସବ୍ୟସାଚୀ ମହାନ୍ତି । ଭାରତ ବର୍ଷରେ 13ଟା ରାଜ୍ୟରେ ଲୋକମାନେ ଚାହୁଁଛନ୍ତି ବ୍ୟବସ୍ଥା ପରିବର୍ତ୍ତନ ଏବଂ ସରକାର ପରିବର୍ତ୍ତନ । ଲୋକଙ୍କ କଥା ରଖିବାକୁ ଯାଇ ଏଥର ଅର୍ଥାତ 2024ରେ ଓଡ଼ିଶାରେ ଆପ୍ ତା ଦଳ ମଜଭୁତ କରିବ।

ସେପଟେ 2024 ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ବି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହାସହ ସଙ୍ଗଠନକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆପ୍ରାଣ ଉଦ୍ୟମ ଚଳାଇଛି। ଆଉ ବିଜେପି ଫୋକସରେ ବି ରହିଛି ଓଡ଼ିଶା। ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ନିକଟରେ ନୂଆ ପ୍ରଭାରୀ ଓଡ଼ିଶା ଆସି ଫେରିଛନ୍ତି। ଏହାପରେ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଲମ୍ବା ସମୟ ଧରି ଶାସନ କରୁଥିବା ଆମ୍ ଆଦମୀ ପାର୍ଟି ବିଜେଡିକୁ ମାତ୍ ଦେଇ ଓଡ଼ିଶା ଦଖଲ କରିବ କି ? କାରଣ ଏବେ ଓଡ଼ିଶାରେ କେଜ୍ରିୱାଲଙ୍କ କ୍ରେଜ୍ ବଢିବାରେ ଲାଗିଛି । ରାଜ୍ୟରେ ଆମ୍ ଆଦମୀ ପାର୍ଟିର (Aam Aadmi Party) ଲୋକପ୍ରିୟତା ଏବେ ବିଜୁ ଜନତା ଦଳ ଉପରେ ଭାରି ପଡୁଥିବାର ଦେଖାଯାଉଛି ।

ସୋସିଆଲ ମିଡିଆରେ ବିଜେଡି ଅପେକ୍ଷା ଆପ୍‌କୁ ଓଡିଶା ଲୋକେ ଅଧିକ ପସନ୍ଦ କରୁଛନ୍ତି । ବିଜେଡିର ଫେସବୁକ ପେଜ୍‌ରେ ୨ଲକ୍ଷ ୪ ହଜାର ଫଲୋର୍ସ ଥିବା ବେଳେ ଓଡିଶା ଆମ ଆଦମୀ ପାର୍ଟିର ପେଜ୍‌ରେ ବିଜେଡି ଠାରୁ ଏକ ହଜାର ଅଧିକ ଫଲୋର୍ସ ରହିଛନ୍ତି । ସୋସିଆଲ ମିଡିଆରେ ଫଲୋର୍ସରେ ବିଜେଡିକୁ ଆପ୍‌ ପଛରେ ପକାଇବା ପରେ ଦିଲ୍ଲୀ ଓ ପଞ୍ଜାବ କବ୍‌ଜା ପରେ ଏବେ ଓଡିଶାରେ ମଧ୍ୟ କେଜ୍ରିୱାଲଙ୍କ ଯାଦୁ ଧୀରେ ଧୀରେ ଚାଲୁଥିବାର ଏକପ୍ରକାର ଆଭାସ ମିଳୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.