ପୋଷ୍ଟମର୍ଟମ ରିପୋର୍ଟରୁ ହତ୍ୟାର ସୁରାକ: କ୍ରାଇମ ସ୍ପଟରେ ଫରେନସିକ ଟିମର ଖୋଳତାଡ

author img

By

Published : Jan 12, 2022, 9:54 PM IST

ପୋଷ୍ଟମର୍ଟମ ରିପୋର୍ଟରୁ ହତ୍ୟାର ସୁରାକ: କ୍ରାଇମ ସ୍ପଟରେ ଫରେନସିକ ଟିମର ଖୋଳତାଡ

ଭରତପୁର ସୁରେଖା ପଲେଇ ହତ୍ୟାକାଣ୍ଡକୁ ନେଇ ବଢୁଛି ସସପେନ୍ସ। କେସର ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି। ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଟେନସନରେ ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର : ଭରତପୁର ସୁରେଖା ପଲେଇ ହତ୍ୟାକାଣ୍ଡକୁ ନେଇ ବଢୁଛି ସସପେନ୍ସ। ଦିନ ଗଡିବା ସହ କେସର ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି। କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ପୋଲିସ ହରଡଘଣାରେ ପଡିଛି । ରିପୋର୍ଟରେ ଯେଉଁ କାରଣ ଦର୍ଶାଉଛି ଆତ୍ମହତ୍ୟା ସହ ମେଳ ଖାଉନି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏ‌ହା ହତ୍ୟା ବୋଲି ସ୍ପଷ୍ଟ ଜଣାପଡୁଛି । କାରଣ ମୃତଦେହର ଗୋଡରେ କାଦୁଅ ଓ ବେକରେ ଏକ ଦାଗ ଚିହ୍ନ ରହିଛି । ଯାହା ଘଟଣାକୁ ସନ୍ଦେହ ଘେରକୁ ଟାଣୁଛି । ଏନେଇ ଏହା ହତ୍ୟା ସନ୍ଦେହ ପୋଲିସ ପୁଣି ଥରେ ଫରେନସିକ ଯାଞ୍ଚ କରିଛି । ଏନେଇ ଘଟଣାସ୍ଥଳକୁ ପୁନଶ୍ଚ ଫରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟଫିକ ଟିମ ଓ ଏମ୍ସର ୪ ଜଣିଆ ଏକ୍ସପର୍ଟ କ୍ରାଇମ ସ୍ପଟରେ ଛାନଭିନ କରିଛନ୍ତି ।

ଏପରିକି ପୁରୁଷ ବନ୍ଧୁ ଛୋଟୁର ଘର ଠାରୁ ସୁରେଖାର ଘର ଦୂରତା। ଏଥିସହ ଘରର ଉଚ୍ଚତା ଓ ଓସାର ମଧ୍ୟ ମାପିଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତିରୁ ଆଉ କିଛି ନମୁନା ସଂଗ୍ରହ କରିଛନ୍ତି । ଅର୍ଥାତ ପୋଲିସ ଏନେଇ ଅଧିକ ତଥ୍ୟ ଯୋଗାଡ କରୁଛି । ଏହି ଘଟଣାରେ ଏବେବି ସନ୍ଦେହରେ ପୁରୁଷ ବନ୍ଧୁ ଛୋଟୁ ରହିଛି । ଘଟଣା ଦିନ କିପରି ସୁରେଖାଙ୍କ ମୃତ୍ୟୁ ହେଲା । ତାକୁ ନେଇ ଅଡୁଆରେ ପଡିଛି ପୋଲିସ । ଏହି ଘଟଣାରେ ଏଯାବତ ୩ ଅଭିଯୁକ୍ତ ଚିହ୍ନଟ କରିଛି ପୋଲିସ ।

ଏହା ବି ପଢନ୍ତୁ : ବୟସ ପାଇଁ ବିଗିଡିଥିଲା କି ପ୍ରେମିକ ମନ ? ସୁରେଖା ମୃତ୍ୟୁ ପଛରେ ଥାଇପାରେ ଏମିତି କିଛି କାରଣ

ହେଲେ କେହି ପୋଲିସ ହାତରେ ଧରା ପଡିନାହାନ୍ତି । ବୟଫ୍ରେଣ୍ଡ ଛୋଟୁ ଫେକ୍ସ ପ୍ରିଣ୍ଟ କାମ କରୁଥିଲା । ଛୋଟୁର ଘର ନୟାଗଡ ବୋଲି ଜଣାପଡିଛି । ସୁରେଖାଙ୍କୁ ଭଲ ପାଉଥିବାବେଳେ ବୟସରେ କମ ମଧ୍ୟ ଥିଲା ଛୋଟୁ । ଯାହାକୁ ନେଇ ଅନେକ ସମୟରେ ଛୋଟୁ ଓ ସୁରେଖାଙ୍କ ମଧ୍ୟରେ ଏକ ଟେନସନ ଲାଗି ରହିଥିଲା ‌। ତେବେ ଏଯାଏଁ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରୁ ନଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ନେଇ ଲାଗିପଡିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.