ଗରିବ ଲୋକଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର, ବିରୋଧ କରିବ ରାଜ୍ୟ: ବିଧାୟକ

author img

By

Published : May 16, 2022, 10:59 PM IST

ବିଧାୟକ

କୋଟିଆ ପରେ ପଟାଙ୍ଗିରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରିଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି ବିରୋଧୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ । ସୀମାରେ ବସବାସ କରୁଥିବା ଗରିବ ଲୋକଙ୍କୁ ଆନ୍ଧ୍ର ପ୍ରଭାବିତ କରୁଛି । ଏହାକୁ ରାଜ୍ୟ ବିରୋଧ କରୁଛି ବୋଲି ବିଧାୟକ କହିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଟିଆ ପରେ ପଟାଙ୍ଗିରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରିଛି । ଏହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି ବିରୋଧୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ । ସୀମାରେ ବସବାସ କରୁଥିବା ଗରିବ ଲୋକଙ୍କୁ ଆନ୍ଧ୍ର ପ୍ରଭାବିତ କରୁଛି । ଏହାକୁ ରାଜ୍ୟ ବିରୋଧ କରୁଛି ବୋଲି ବିଧାୟକ କହିଛନ୍ତି ।

ପ୍ରୀତମ କହିଛନ୍ତି ଯେ, ଆମେ ଚୁପ ବସିନୁ । ଆନ୍ଧ୍ରପ୍ରଦେଶ ଲୋକେ ପଟାଙ୍ଗି ଆସି ନାହାନ୍ତି । ସେମାନେ ପଟାଙ୍ଗି ବ୍ଲକ ତଳଗଲୁରୁ ପଞ୍ଚାୟତ ବାଙ୍ଗାରଗୁଡି ଗାଁ ଆସିଥିବା ଶୁଣିବାକୁ ମିଳିଛି । ସେହି ଗ୍ରାମ ପଞ୍ଚାୟତ ଜିଲ୍ଲା ମୁଖ୍ୟାଳୟରୁ 17 କିଲୋମିଟର ଦୂର । କୋଟିଆରେ ଯେମିତି ବିରୋଧ କରିଛୁ ସେହିପରି ଏଠାରେ ମଧ୍ୟ ବିରୋଧ କରିବୁ । ସେଠାରେ ବସବାସ କରୁଥିବା ଆଦିବାସୀ ସରଳ ଲୋକ । ସେମାନଙ୍କୁ ଆନ୍ଧ୍ରପ୍ରଦେଶ ସରକାର ପ୍ରଲୋଭନ ଦେଖାଉଛି । ଆନ୍ଧ୍ରପ୍ରଦେଶର ରାଜନେତା ଓ ଅଫିସରମାନଙ୍କୁ ଏଠାରେ ପଶିବାକୁ ଦେବୁ ନାହିଁ । ଆନ୍ଧ୍ରପ୍ରଦେଶର ସ୍କୁଲ କି ଅଙ୍ଗନବାଡି ବାଙ୍ଗାରଗୁଡିରେ ନାହିଁ ବୋଲି ବିଧାୟକ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.