ସ୍ମାର୍ଟ ହେବ VSSUT, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଳପତି

author img

By

Published : Sep 20, 2022, 7:19 AM IST

ସ୍ମାର୍ଟ ହେବ VSSUT, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଳପତି

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି । ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା । ଅଧିକ ପଢନ୍ତୁ

ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ବଂଶୀଧର ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରିଛନ୍ତି । ନିକଟରେ ବିଶ୍ବବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଅସିତଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଛନ୍ତି ।

ପୂର୍ବତନ ଛାତ୍ର ଭାବେ ବ୍ରହ୍ମାନନ୍ଦ ମିଶ୍ର ଓ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । ବିଶ୍ବବିଦ୍ୟାଳୟକୁ ୫-‘ଟି’ ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ବତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ । ଏ ନେଇ କୁଳପତି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- VSSUT ହେବ ରୂପାନ୍ତରିକରଣ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍‌ କରାଯାଇଛି । ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଭିଏସଏସୟୁଟିକୁ ବହୁ ବିଭାଗୀୟ ଇଞ୍ଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥିସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧିକ ବିଭାଗ ଖୋଲାଯିବା ସହ ୨୭ରୁ ଊର୍ଦ୍ଧ୍ବ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ।

ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧିକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.