ଭୁବନେଶ୍ବରରୁ ୩ ସୁପାରି କିଲରଙ୍କୁ ଧରିଲା ପୋଲିସ

author img

By

Published : Aug 29, 2022, 11:01 PM IST

ଭୁବନେଶ୍ବରରୁ ୩ ସୁପାରି କିଲରଙ୍କୁ ଧରିଲା ପୋଲିସ

ଭୁବନେଶ୍ବର ସହିଦ ନଗରସସ୍ଥିତ ଭବାନୀ ମଲ୍‌ ବାହାରୁ ୩ ଜଣ ସୁପାରି କିଲର ଗିରଫ । କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ପ୍ଲାନ କରୁଥିବାବେଳେ, ଧରିଲା କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶି ବନ୍ଧୁକ ସହିତ ଗୁଳି ଏବଂ ଦୁଇଟି ବାଇକ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜଧାନୀରେ ସୁପାରି କିଲର । ଟଙ୍କା ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ସହିଦନଗରରେ ଥିବା ଭବାନୀ ମଲ ବାହାରେ ଛକିଥିବା ବେଳେ ୩ ଜଣଙ୍କୁ ଧରିଲା ପୋଲିସ । ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ଦେଶି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଲୋଡ ଥିବା ଦୁଇଟି ମାଗାଜିନ ଜବତ ହୋଇଛି ।

ଭୁବନେଶ୍ବରରୁ ୩ ସୁପାରି କିଲରଙ୍କୁ ଧରିଲା ପୋଲିସ

ଭୁବନେଶ୍ବର ସହିଦନଗରରେ ଥିବା ଭବାନୀ ମଲ ସାମ୍ନାରୁ ୩ ଜଣ ସୁପାରି କିଲରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତମାନେ ଗଞ୍ଜାମର ରଞ୍ଜନ କୁମାର ନାୟକ, ନୟାଗଡ ଓଡଗାଁର ମୁକେଶ ସାହୁ ଓ ଲିଙ୍ଗରାଜ ଥାନା ଅଞ୍ଚଳର ଅରୁଣଜିତ ନାୟକ ବୋଲି ଜଣାପଡ଼ିଛି । ଗଞ୍ଜାମର ରଞ୍ଜନ ଜଣେ ବ୍ୟବସାୟୀଙ୍କ ବଡିଗାର୍ଡ ଭାବେ କାମ କରୁଥିବା ବେଳେ ନୟାଗଡର ମୁକେଶ ଭବାନୀ ମଲରେ ଥିବା ଏକ ହୁକା ବାରରେ କାମ କରେ । ତେବେ ଅଭିଯୁକ୍ତ ମାନଙ୍କଠାରୁ ଦୁଇଟି ଦେଶି ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଲୋଡ ଥିବା ଦୁଇଟି ମାଗାଜିନ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

ତେବେ ସେମାନେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟକ୍ତିକୁ ହତ୍ୟା ପାଇଁ ପ୍ଲାନ କରୁଥିଲେ । ଏପରିକି ହୁକା ବାରକୁ ଆସୁଥିବା ସେହି ଲୋକ ଉପରେ ନଜର ରଖି କେଉଁ ସମୟରେ ସେ ବାହାରିବ ତାରି ଉପରେ ନଜର ରଖିଥିଲେ । ଏହି ସମୟରେ ଜଣେ ଖବରି ପୋଲିସକୁ ୩ ଜଣ ଯୁବକ ବନ୍ଧୁକ ଧରି ବୁଲୁଥିବାର ସୂଚନା ଦେଇଥିଲା । ଏନେଇ ପୋଲିସ ପହଞ୍ଚି ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୋଲିସକୁ ମଧ୍ୟ ବନ୍ଧୁକ ଦେଖାଇ ଠେଲାପେଲା କରିଥିଲେ । ହେଲେ ସେମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କ ଠାରୁ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି ।

ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ପାର୍ବଣର ଋତୁ ଚାଲିଥିବାରୁ ଅପରାଧିକ କାର୍ଯ୍ୟ କଳାପ ଉପରେ ପୋଲିସ ନଜର ରଖିଛି । ଏମାନେ କାହାକୁ ଡରାଇବାକୁ ଅଥବା ଆଉକିଛି କ୍ରାଇମ କରିବାକୁ ସେଠାରେ ଏକାଠି ହୋଇଥିବାର ଖବର ପାଇଥିଲୁ । ତେବେ ଏମାନଙ୍କୁ ଆଇପିସିର ଧାରା ୩୪୧, ୩୩୨, ୩୫୩, ୩୦୭, ୨୯୪, ୫୦୬, ୩୪, ଆର୍ମସ ଆକ୍ଟ ୨୫ ଓ ୨୭ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଏହା ପଛରେ ଆଉ କିଏ ରହିଛି ଓ କିଏ ବନ୍ଧୁକ ଯୋଗାଉଥିଲା ପଚରା ଉଚରା କରାଯିବ । କାହାକୁ ହତ୍ୟା ପାଇଁ ପ୍ଲାନ କରିଥିଲେ ସେନେଇ ମଧ୍ୟ ପୋଲିସ ଖୋଳତାଡ କରିବ ।" ତେବେ ସହର ଭିତରେ ଏପରି ସୁପାରି ନେଇ ଛକିବା ଏବଂ ବନ୍ଧୁକ ସହ ଗିରଫ ହେବା ପରେ ସହରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଲାଣି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.