ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ, ଭୁବନେଶ୍ୱର-ପୁରୀରେ ଦମ ଦେଖାଇବ ବାୟୁସେନା

author img

By

Published : Sep 3, 2022, 7:52 PM IST

Updated : Sep 3, 2022, 10:54 PM IST

ଓଡିଶାରେ ହେବ 'ସୂର୍ଯ୍ୟ କିରଣ ସୋ'

ଓଡିଶାରେ ହେବ 'ସୂର୍ଯ୍ୟ କିରଣ ସୋ' (Surya Kiran air Show in odisha) । ଭୁବନେଶ୍ବର ଓ ପୁରୀରେ ହେବା ନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ହେବ ସୂର୍ଯ୍ୟ କିରଣ ସୋ । ଭୁବନେଶ୍ଵର ଏବଂ ପୁରୀରେ ଏହି ସୂର୍ଯ୍ୟ କିରଣ ସୋ ଆୟୋଜନ ହେବାକୁ ଯାଉଛି (Surya Kiran air Show in odisha) । ଏନେଇ ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।


ଭୁବନେଶ୍ବରର କୁଆଖାଇ ନଦୀ ଉପରେ ଏବଂ ପୁରୀର ରାଜଭବନ ଉପରେ ଏହି ସୋ ଆୟୋଜନ କରାଯିବ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ବିମାନ ଉଡାଣ ଭରି ବିଭିନ୍ନ କୌଶଳ ପ୍ରଦଦର୍ଶନ କରିବେ । 16 ତାରିଖରେ ଭୁବନେଶ୍ବରରେ ଏବଂ 18 ତାରିଖରେ ପୁରୀରେଏହି ସୂର୍ଯ୍ୟକିରଣ ସୋ ହେବାର କାର୍ଯ୍ୟକ୍ରମ ଆୟୋଜିତ ହେବା ପାଇଁ ସ୍ଥିର ହୋଇଛି । ଏହି ସୋ କୁ ଭାରତୀୟ ବାୟୁସେନା କରିବ । ଏନେଇ ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ

ବିଭିନ୍ନ ଜାତୀୟ ଦିବସ ଓ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ସୋ ରେ ଉଡାଣ କୌଶଲ ପ୍ରଦର୍ଶନ କରେ ସୂର୍ଯ୍ୟକିରଣ ଟିମ । ଏହି ଆକର୍ଷଣୀୟ ବିମାନଗୁଡିକ ବିଭିନ୍ନ ସେପରେ ଉଡାଣ ଭରି ଉଡାଣ ଦକ୍ଷତା ପ୍ରଦର୍ଶନ କରନ୍ତି । ଯାହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ତୁ ପାଲଟେ । କେବଳ ଭାରତରେ ନୁହେଁ ବରଂ ବିଦେଶର ବିଭିନ୍ନ ଏୟାର ସୋ ରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କଲେ ଏହି ସୂର୍ଯ୍ୟକିରଣ ଟିମ କାର୍ଯ୍ୟକ୍ରମର ଅଂଶ ହୋଇଥାନ୍ତି ।

ନିକଟ ଅତୀତରେ ଦୁବାଇରେ ଆୟୋଜିତ ଏୟାର ସୋ ରେ ଭାରତୀୟ ବାୟୁସେନାକୁ ପ୍ରିତନିଧିତ୍ବ କରିଥିଲା ସୂର୍ଯ୍ୟକିରଣ ଟିମ । ଦୁବାଇ ସହରର ବିଭିନ୍ନ ଐତିହାସିକ ସ୍ଥାନ ଉପରେ ଉଡାଣ ଭରି ସୂର୍ଯ୍ୟକିରଣ ଟିମ ସମସ୍ତ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥଲା । ଏବେ ଓଡିଶାର ଦୁଇ ସ୍ଥାନରେ ଏହି ଏୟାର ସୋ ଆୟୋଜନ (Surya Kiran air Show in odisha) ହେବା ନେଇ ସୂଚନା ମିଳିବା ପରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 3, 2022, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.