‘ଭୋକ’ର ଶୁଭ ମହୁରତ

author img

By

Published : Feb 20, 2021, 6:41 PM IST

Updated : Feb 21, 2021, 2:17 PM IST

Subha mahurat of Odia film bhoka

ଓଡ଼ିଆ ଫିଲ୍ମ ‘ଭୋକ’ର ଶୁଭ ମହୁରତ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ହୋଇଯାଇଛି । ଜ୍ୟୋତି ପ୍ରଡକ୍ସନ ବ୍ୟାନନରେ ଏହି ନୂଆ ଓଡ଼ିଆ ଚଳଚିତ୍ର ‘ଭୋକ’ ଫିଲ୍ମର ଶୁଭ ମହୁରତ ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡ଼ିଆ ଫିଲ୍ମ ‘ଭୋକ’ର ଶୁଭ ମହୁରତ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ହୋଇଯାଇଛି । ଜ୍ୟୋତି ପ୍ରଡକ୍ସନ ବ୍ୟାନରରେ ଏହି ନୂଆ ଓଡ଼ିଆ ଚଳଚିତ୍ର ‘ଭୋକ’ ଫିଲ୍ମର ଶୁଭ ମହୁରତ ହୋଇଛି ।

"ଭୋକ"ର ଶୁଭ ମହୁରତ

କୋରୋନା ସମୟରେ ଲକଡାଉନ ଯୋଗୁ ଲୋକମାନେ କିଭଳି ଖାଇବାକୁ ନ ପାଇ ଭୋକରେ ରହୁଥିଲେ । ତାହାର ନିଚ୍ଛକ କାହାଣୀ ଆପଣ ଏହି ଫିଲ୍ମ ମାଧ୍ୟମରେ ଦେଖିପାରିବେ । ଆଉ ଲୋକମାନେ ପେଟ ପାଟଣା ପାଇଁ ପ୍ରବାସରେ କାମ କରୁଥିବା ବେଳେ ଲକଡାଉନ ପାଇଁ କିଭଳି ଭୋକରେ ରହି ଚାଲି ଚାଲି ଘରକୁ ଆସୁଥିଲେ ଏଥିରେ ସେହି ସମୟର ବାସ୍ତବ ଚିତ୍ର ସବୁ ଦେଖିବାକୁ ପାଇବେ ଦର୍ଶକ । ତେଣୁ ଓଡ଼ିଆର ଭାବ ଆଉ ମୌଳିକ କଥାବସୁଙ୍କୁ ନେଇ ହୋଇଥିବା ଏହି ଫିଲ୍ମ ଲୋକମାନଙ୍କୁ ଭଲ ଲାଗିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିର୍ଦ୍ଦେଶକ ରାଜୀବ ମହାନ୍ତି ।

ଫିଲ୍ମର କାହାଣୀ ରଞ୍ଜନ ଦାସ ଲେଖିଥିବା ବେଳେ ଅଙ୍କିତ ନାୟକ ଓ ନାୟିକା ଭୂମିକାରେ କାବ୍ୟ ରହିଛନ୍ତି । ଏହି ଉତ୍ସବରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ସଂସ୍କୃତି ସଚିବ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଫିଲ୍ମଟି ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Feb 21, 2021, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.