OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ

author img

By

Published : Jan 13, 2022, 7:29 PM IST

OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ

ଆସନ୍ତା ୨୦ ତାରିଖରୁ ରାଜ୍ୟରେ ହେବ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା । ଏହାକୁ ସ୍ଥଗତି ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ (OPSC) ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ OPSC ମେନ୍ ପରୀକ୍ଷା ହେବ । କୋରୋନା ସ୍ଥିତି ସ୍ବାଭାବିକ ନ ହେବା ଯାଏଁ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ
OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ

ରାଜ୍ୟରେ କୋରୋନା ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି । ଏହା ସହ କିଛି ଆଶାୟୀ ପାର୍ଥୀ ମଧ୍ୟ କୋଭିଡ଼ ପଜିଟିଭ ରହିଛନ୍ତି । ଏଭଳି ସ୍ଥିତିରେ ସେମାନେ ପରୀକ୍ଷା ଦେବା କଷ୍ଟକର ହେବ । ତେଣୁ OPSC ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି ଉଠିଛି । ଏହାସହିତ ଦିନକୁ ଦିନ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଥିବାରୁ ସମସ୍ତ ଶକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ OPSC ମେନ୍ ପରୀକ୍ଷା କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ
OPSC Exam: ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଅନୁରୋଧ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.