ସ୍ଥଳଭାଗ ମୁହାଁ ଲଘୁଚାପ, ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Sep 21, 2022, 7:41 PM IST

ସ୍ଥଳଭାଗ ମୁହାଁ ଲଘୁଚାପ, ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅପେକ୍ଷାକୃତ ଦୁର୍ବଳ ହୋଇଛି ( low pressure Weaken in Bay of Bengal)। ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅପେକ୍ଷାକୃତ ଦୁର୍ବଳ ହୋଇଛି( low pressure Weaken in Bay of Bengal) । ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ । ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି । ଛତିଶଗଡ଼ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।

ସ୍ଥଳଭାଗ ମୁହାଁ ଲଘୁଚାପ, ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାୟୁ ମଣ୍ଡଳରେ ୫.୮ କିମି ଯାଏଁ ଲମ୍ବିଛି ଲଘୁଚାପ କ୍ଷେତ୍ର । ଆଗାମୀ ଦୁଇଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ସ୍ଥଳଭାଗ ମୁହାଁ ହୋଇଥିବାରୁ ପଶ୍ଚିମ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ପ୍ରଭାବ କମିବ । ଲଘୁଚାପ ପ୍ରଭାବରେ ଟ୍ବିନ୍‌ସିଟି କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ତେବେ ସର୍ବାଧିକ ବର୍ଷା ନବରଙ୍ଗପୁରରୁ ଡାବୁଗାଁରେ ୧୩୫.୨ ମିମି ରେକର୍ଡ କରାଯାଇଛି ।

ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ବର୍ଷା ୮୩୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ, ବୌଦ୍ଧ, ଗଜପତି, କୋରାପୁଟ ଓ ଢେଙ୍କାନାଳ ଆଦି ୫ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ବଭାବିକ ବର୍ଷା ହୋଇଛି । ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବରେ କେବେ ଯିବ ତାହା ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ୩ ଦିନ ବିଳମ୍ବରେ ଆରମ୍ଭ ହୋଇଛି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଆଗକୁ ଆଉ ଏକ ଘୁର୍ଣ୍ଣିବଳୟ ଆସୁଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଥିଲା । ୨୦୧୧ ମେ ୨୯ରେ କେରଲ ଛୁଇଁଥିଲା ମୌସୁମୀ ବାୟୁ ଜୁନ ୧୩ ରେ ଓଡ଼ିଶାକୁ ଛୁଇଁଥିବା ବେଳେ ଓ ଜୁନ ୧୬ରେ ସାରା ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.