ଇସ୍ତଫା ଖବରକୁ ସୁରଙ୍କ ଖଣ୍ଡନ, କହିଲେ ମୋ ନାମରେ ମିଥ୍ୟା ପ୍ରଚାର

author img

By

Published : Sep 20, 2022, 12:24 PM IST

Updated : Sep 20, 2022, 5:34 PM IST

ଜିଲ୍ଲା ସଭାପତି ପଦରୁ ଇସ୍ତଫା ଖବରକୁ ସୁରଙ୍କ ଖଣ୍ଡନ, କହିଲେ ଏହା ଗୁଜବ

ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଖବରକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସ୍ପଷ୍ଟୀକରଣ । ମୋ ନାମରେ ମିଥ୍ୟା ପ୍ରଚାର କରାଯାଉଥିବା କହିଛନ୍ତି ସୁର । ଅଧିକ ପଢନ୍ତୁ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହା ଏକ ମିଥ୍ୟା ପ୍ରଚାର । ସୁରଙ୍କୁ ବଦନାମ କରିବାକୁ ବିଜେପି ଓ ବିଜେଡି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏଭଳି ଖବର ପ୍ରସାରଣ କରିଥିବା ଚ୍ୟାନେଲ ନାମରେ ମାମଲା ରୁ୍ଜୁ କରିବେ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ସଭାପତି ପଦରୁ ଇସ୍ତଫା ଖବରକୁ ସୁରଙ୍କ ଖଣ୍ଡନ

ସ୍ପଷ୍ଟୀକରଣରେ ସୁର ରାଉତରାୟ କହିଛନ୍ତି, ''ମୁଁ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ । ମୋ ସ୍ବପ୍ନ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ଓ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ । ଏହା ହେବା ଯାଏ ମୋ ଲଢେଇ ଜାରି ରହିବ । ମୁଁ ସଭାପତି ଥିଲି ରହିବି । ମୋ ନାମରେ ମିଥ୍ୟ ପ୍ରଚାର କରାଯାଉଛି । ମୋ ନାମରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅପପ୍ରଚାର କରୁଛି । ମୁଁ ସେହି ମିଡିଆ ନାମରେ ମାମଲା ଦାଖଲ କରିବି । ମୁଁ କୌଣସି ପଦରୁ ଇସ୍ତଫା ଦେଇ ନାହିଁ ଏହା କେବଳ ଏକ ଗୁଜବ ।''

ଖୋର୍ଦ୍ଧା ଜିଲ୍ଲା ସଭାପତିରୁ ପଦରୁ ହଟିବା ଖବର ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବିଜେଡି ବିଜେପି ଗୁଜବ ଉଠାଇଛନ୍ତି । ମିଡିଆଙ୍କ ସହିତ ଭଲ ସମ୍ପର୍କ ଅଛି କିପରି ନ ପଚାରି ଏହିପରି ଖବର ପ୍ରସାରଣ କଲେ ଏ ନେଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଏହା ବି ପଢନ୍ତୁ...ଆଜି ଶିକ୍ଷକ ସଂଗଠନ ସହ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ପିସିସି ପକ୍ଷରୁ ଗତ ଦିନ ତଳେ ପିସିସି ସଦସ୍ୟ ଚୟନ ତାଲିକା ପ୍ରକାଶ ପାଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପିସିସି ସଦସ୍ୟ ଚୟନକୁ ନେଇ ସୁର ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ବୋଲଗଡ଼ ବେଗୁନିଆରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥିବୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱ ନେଉଛନ୍ତି । ତାଙ୍କ ନିଷ୍ପତ୍ତି କ୍ରମେ ଦୁଇ ଜଣ ସଦସ୍ୟଙ୍କୁ ପିସିସି ସଦସ୍ୟ ପାଇଁ ଜିଲ୍ଲା ସଭାପତି ରାଉତରାୟ ଦୁଇଟି ନାମ ସୁପାରିଶ କରିଥିଲେ । କିନ୍ତୁ ଦୁଇଟି ନାମକୁ ଚୟନରୁ ବାଦ ଦିଆଯାଇଥିବାରୁ ସୁର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ସୁର ରାଉତରାୟ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଖବର ପ୍ରସାରିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 20, 2022, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.