Panchayat Election: ଆସନ୍ତା 15ରେ ପ୍ରସ୍ତୁତି ସମୀକ୍ଷା କରିବେ କମିଶନର

author img

By

Published : Jan 12, 2022, 5:53 PM IST

PanchayatElection

ଘୋଷଣା ହୋଇସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ବ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଆଲୋଚନା କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଘୋଷଣା ହୋଇସାରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ତେବେ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ବ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଆଲୋଚନା କରିବେ । ଆସନ୍ତା 15 ତାରିଖ (Review meeting of State Election Commissioner on Jan 15) ପୂର୍ବାହ୍ନ 10.30 ରେ ଏହି ଆଲୋଚନା ହେବ ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ଅନ୍ୟ ଅଧିକାରୀ ମାନେ ଜିଲ୍ଲାସ୍ତରରୁ ଭିସି ଯୋଗେ ସମୀକ୍ଷା ବୈଠକରେ ସାମିଲ ହେବେ । ବୈଠକରେ ନିର୍ବାଚନ କମିଶନରଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।

ଆଗାମୀ ମାସରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ବଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା ଆଇନଶୃଙ୍ଖଳା ରକ୍ଷା, କୋଭିଡ ନିୟମ ପାଳନ ଭଳି ପ୍ରସଙ୍ଗ ବୈଠକରେ ଆଲୋଚନା ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.