Vigilance raid: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ

author img

By

Published : May 14, 2022, 10:29 AM IST

Updated : May 14, 2022, 2:31 PM IST

ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ, 6ଲକ୍ଷ ଟଙ୍କା ସହ ଧରାପଡିଲେ ଅବକାରୀ ଅଧିକ୍ଷକ

ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ । 6ଲକ୍ଷ ଟଙ୍କା ସହ ଧରାପଡିଲେ ଅବକାରୀ ଅଧିକ୍ଷକ ନିନା ବେଉରା । ଅଧିକ ପଢନ୍ତୁ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ (Excise Superintendent) । 6 ଲକ୍ଷ ଟଙ୍କା ସହ ଧରାପଡିଲେ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ ଟିମ । ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ରାତିରେ ଅବକାରୀ ଅଧିକ୍ଷକ ରାୟଗଡାରୁ ଭୁବନେଶ୍ୱର ଫେରୁଥିବା ବେଳେ ଭିଜିଲାନ୍ସ ସୂଚନା ପାଇଥିଲା ।

Vigilance raid: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ

ତେବେ ଏହି ଅର୍ଥର ହିସାବ ସଂପର୍କରେ ନିନା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ନିହାର ରଂଜନ ଦାସ କଟକ ଜିଲ୍ଲାର ମାହାଙ୍ଗା ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଫଳରେ ପତ୍ନୀଙ୍କ ପରେ ସ୍ବାମୀଙ୍କ ପାଳି ପଡିବାର ସମ୍ଭାବନା ରହିଛି । ବର୍ତ୍ତମାନ ନିହାର ରଂଜନ ଦାସଙ୍କ ଅଫିସରେ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ଟିମ ।

ଭୁବନେଶ୍ବରରୁ ତାପସ ପରିଡା ଓ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :May 14, 2022, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.