ରେଳ ପ୍ରକଳ୍ପ ସମୀକ୍ଷା ବୈଠକ: ଜମି ଅଧଗ୍ରହଣ ଓ କାର୍ଯ୍ୟ ତ୍ବରାନ୍ବିତ ଲାଗି ନିର୍ଦ୍ଦେଶ

author img

By

Published : Jan 14, 2022, 10:00 AM IST

ଜମି ଅଧଗ୍ରହଣ ଓ କାର୍ଯ୍ୟ ତ୍ବରାନ୍ବିତ ଲାଗି ନିର୍ଦ୍ଦେଶ

ରାଜ୍ୟରେ ଜାରି ରହିଛି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ । ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି (railway project Review Meeting) । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ । ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି (railway project Review Meeting) । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ ।

ବୈଠକରେ ପ୍ରାୟ ୪୦ଟି ରେଳ ପ୍ରକଳ୍ପର ଜମି ଗ୍ରହଣ ସଂପର୍କରେ ଆଲୋଚନା ହୋଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧଗ୍ରହଣ ସଂପର୍କରେ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ବାରୋପ କରିଛନ୍ତି । ଏହା ସହ ଏହି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଭିସି ଯୋଗେ ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ୨୧ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବାଣିଜ୍ୟ ଓ ପରିବହନ ବିଭାଗର ଜମି ଅଧିଗ୍ରହଣ ଅଧିକାରୀ ଓ ରେଲୱେର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । କିପରି ଭାବେ ପ୍ରକଳ୍ପ କାର୍ଯ୍ୟଗୁଡିକ ତ୍ବିରାନ୍ବିତ ହେବ ସେ ଦିଗରେ ଆଲୋକପାତ ହୋଇଛି ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.