RRB ପରୀକ୍ଷା ପାଇଁ ରେଲୱେ ଚଳାଇବ ସ୍ବତନ୍ତ୍ର ଟ୍ରେନ୍

author img

By

Published : Aug 22, 2022, 8:03 PM IST

ଆରଆରବି ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍

ରେଳବାଇ ନିଯୁକ୍ତି ବୋର୍ଡ (RRB) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଛି ରେଳବାଇ । ଅଧିକ ପଢନ୍ତୁ

ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (RRB) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ । ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଥିବାରୁ ଆରଆରବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି ।

ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ

୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ଟା ୫୦ମିନିଟରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ ୨୦୨୨ ଦିନ ରାତ୍ର ୯ଟା ୪୦ ମିନିଟରେ ଛାଡି ହଟିଆ ଯାତ୍ରା କରିବ ।

ଏହି ଟ୍ରେନ ଉଭୟ ପାର୍ଶ୍ବରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୋଳ ଓ ଢେଙ୍କାନାଳ ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଦୁଇଟି ଏସି-୩ ଟାୟାର, ୪ଟି ସ୍ଲିପର୍ କ୍ଲାସ୍, ୩ଟି ଦ୍ଵିତୀୟ ଶ୍ରେଣୀ ଚେୟାର୍ କାର, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.