ଭୁବନେଶ୍ୱରରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ

author img

By

Published : Jan 14, 2022, 10:18 PM IST

Updated : Jan 14, 2022, 10:53 PM IST

Queen's Baton for 2022 CWG arrives in Odisha

ଓଡିଶାରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ । ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ସ୍ବାଗତ କରିଛନ୍ତି ପୂର୍ବତନ ଭାରତୀୟ ହକି ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଚେୟାରମ୍ୟାନ ଦିଲୀପ ତିର୍କୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲା 2022 ରାଜ୍ୟଗୋଷ୍ଠୀ କ୍ରୀଡାର କୁଇନ୍ସ ବାଟନ୍ ରିଲେ । ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ସ୍ବାଗତ କରିଛନ୍ତି ପୂର୍ବତନ ଭାରତୀୟ ହକି ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଚେୟାରମ୍ୟାନ ଦିଲୀପ ତିର୍କୀ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟର ଦୁଇ କ୍ରୀଡ଼ାବିତ ଅନୁରାଧା ବିଶ୍ବାଳ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଏହାକୁ ସ୍ବାଗତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: IND vs SA: ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍

ଏହି ରିଲେ ଆଜି(ଶୁକ୍ରବାର) ରାତିରେ ଭୁବନେଶ୍ବରରେ ରହିବା ସହ ଆସନ୍ତାକାଲି ପୁରୀ, କୋଣାର୍କ ଅଭିମୁଖେ ଯାତ୍ରା କରିବ । 2021 ଅକ୍ଟୋବର 7 ତାରିଖରେ ରାଣୀ ଏଲିଜାବେଥଙ୍କ ଉପସ୍ଥିତିରେ ବର୍ମିଂହାମ ସହରରୁ ଏହି ରିଲେର ଆରମ୍ଭ ହୋଇଥିଲା । 294 ଦିନ ଧରି ଏହା 72 ଟି ଦେଶ ଏବଂ ଦୀପପୁଞ୍ଜ ପରିକ୍ରମା କରିବ ।

ଜାନୁଆରୀ 16 ତାରିଖରେ ଭୁବନେଶ୍ବରରୁ ଏହା ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବ । 2022 ଜୁଲାଇ ମାସରେ ଏହା ଇଂଲଣ୍ଡକୁ ଫେରିବ ଏବଂ 2022 ରାଜ୍ୟଗୋଷ୍ଠୀ କ୍ରୀଡା ଜୁଲାଇ 28 ତାରିଖରୁ ଅଗଷ୍ଟ 8 ତାରିଖ ଯାଏ ଖେଳାଯିବ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମହରାଣୀଙ୍କ ଦ୍ବାରା ପ୍ରଦତ୍ତ ‘କୁଇନ୍ସ ବ୍ୟାଟେନ୍‌’ ଆଜି ଭୁବନେଶ୍ବରରେ ରହିବ।

ଆସନ୍ତାକାଲି ଏହି ମଶାଲ ପୁରୀ ଓ କୋଣାର୍କ ଯିବ। ଭୁବନେଶ୍ବର ଫେରିବା ପୂର୍ବରୁ ଏହି ରିଲେକୁ ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବ। ଓଡ଼ିଶାରେ ‘କୁଇନ୍ସ ବ୍ୟାଟେନ୍‌ ରିଲେ’ ଯାତ୍ରା ଆନ୍ତର୍ଜାତିକ ଯାତ୍ରାର ଅଂଶବିଶେଷ ରହିବ। ଆନ୍ତର୍ଜାତିକ ଯାତ୍ରା ଅବସରରେ ରିଲେ ୭୨ ରାଷ୍ଟ୍ର ପରିକ୍ରମା କରିବ। ଏହି ଶୋଭାଯାତ୍ରା ଗତବର୍ଷ ଅକ୍ଟୋବର ୭ ତାରିଖରୁ ବର୍ମିଂହାମ ପ୍ୟାଲେସ୍‌ରୁ ଆରମ୍ଭ ହୋଇଥିଲା, ରାଣୀ ଏଲିଜାବେଥ୍‌-୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କର ବାର୍ତ୍ତା ଦେଇଥିଲେ। ଏହି ମଶାଲ ୨୬୯ ଦିନ ଧରି ପରିକ୍ରମା କରିବାକୁ ରହିଛି। ଏହା ପାଖାପାଖି ୧ ଲକ୍ଷ ୪୦ ହଜାର କିଲୋମିଟର ପରିକ୍ରମା କରିବା ପରେ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ଥଳକୁ ଫେରିବ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Jan 14, 2022, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.