PM-CM Meeting: Omicron ବିରୋଧରେ ବିଜୟ ନିଶ୍ଚିତ, ସତର୍କ ପାଇଁ କହିଲେ ମୋଦି

author img

By

Published : Jan 13, 2022, 8:20 PM IST

PM CM Meeting

ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତି ଓ ଓମିକ୍ରନ ମୁକାବିଲା ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ସନ ମୋଡକୁ ଆସିଯାଇଛନ୍ତି । ଆଜି ପରିସ୍ଥିତିର ମୁକାବିଲା, ରଣନୀତି ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନର କୋଭିଡ ସ୍ଥିତି ଓ ଓମିକ୍ରନ (Omicron) ମୁକାବିଲା ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆକ୍ସନ ମୋଡକୁ ଆସିଯାଇଛନ୍ତି । ମହାମାରୀକୁ ମାତ ଦେବା ପାଇଁ ନିଜେ ମୋଦି ମୈଦାନକୁ ଓହ୍ଲାଇଛନ୍ତି । ଆଜି ପରିସ୍ଥିତିର ମୁକାବିଲା ନେଇ ରଣନୀତି, ମତାମତ ନେଇ ସାରା ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା ବୈଠକ କରିଛନ୍ତି ।

PM CM Meeting: ଓମିକ୍ରନ ବିରୋଧରେ ବିଜୟ ନିଶ୍ଚିତ: ମୋଦି

ବୈଠକ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି 100 ବର୍ଷ ପରେ ଦେଶରେ ଆସିଥିବା ବଡ ମହାମାରୀ ବିରୋଧରେ ଭାରତର ଲଢେଇ ତୃତୀୟ ବର୍ଷରେ ପ୍ରବେଶ କରିଛି । ତେଣୁ ପରିଶ୍ରମ ଆମର ଏକମାତ୍ର ପଥ । ବିଜୟ ଏକମାତ୍ର ବିକଳ୍ପ । 130 କୋଟି ଦେଶବାସୀଙ୍କ ପ୍ରୟାସ ତ୍ୟାଗ ଆମକୁ ଏହି ମହାମାରୀ ବିରୋଧରେ ବିଜୟ ସୁନିଶ୍ଚିତ ଦେବ । ଓମିକ୍ରନକୁ ନେଇ ପୂ୍ର୍ବରୁ ଯେଉଁ ସଂଶୟ ଥିଲା ଧୀରେ ଧୀରେ ତାହା ଦୂର ହେବାରେ ଲାଗିଛି ।

ମୋଦି ସମ୍ବୋଧନରେ ଆହୁରି କହିଛନ୍ତି, ଆମକୁ ବର୍ତ୍ତମାନ ସତର୍କ, ସାବଧାନ ରହିବା ଜରୁରୀ । ଓମିକ୍ରନକୁ ନେଇ ବ୍ୟସ୍ତ ବିବ୍ରତ ହେବା କୌଣସି କାରଣ ନାହିଁ । କୋଭିଡ ଯୋଦ୍ଧା, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ମୁକିବାଲା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ଦେଶରେ ବର୍ତ୍ତମାନ ଅନେକ ପର୍ବପର୍ବାଣୀ ଚାଲିଛି । କିନ୍ତୁ ଆମକୁ କୋଭିଡ କଟକଣା ମାନିବା ସହ ପ୍ରଶାସନକୁ ସହଯୋଗ କରିବା ଜରୁରୀ ।

ସେହିପରି ଡାକ୍ତର, ବୈଜ୍ଞାନିକ କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଭାରତର ସ୍ବଦେଶୀ ଟିକା ଏବେ ସାରା ବିଶ୍ବରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି । ଯାହା ଆମ ପାଇଁ ଗର୍ବର ବିଷୟ । ନିଜ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଆଜି ସରକାର 92 ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଓ 70 ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ ଦିଆସରିଲାଣି । ଏହାବାଦ 10 ଦିନ ମଧ୍ୟରେ ଆମର 3 କୋଟି କିଶୋର କିଶୋରୀ ମଧ୍ୟ ଟିକା ନେଇସାରିଲେଣି । ଯାହା ଆମ ଦେଶର ସାମର୍ଥ୍ୟତାକୁ ପ୍ରମାଣିତ କରୁଛି । ଏହାସହ ଓମିକ୍ରନ ଭ୍ୟାରିଏଣ୍ଟ ମୁକାବିଲା ପାଇଁ କେନ୍ଦ୍ର ସରକାର ନେଇ ଥିବା ପଦକ୍ଷେପ ଉପରେ ମୋଦି ସୂଚନା ଦେଇଥିଲେ ।

ଏହାବାଦ ଲୋକଙ୍କ ଜୀବନ ଜୀବକା ସ୍ବାଭାବିକ ସହ ସରକାରୀ ସହାୟତାକୁ ସୁନିଶ୍ଚିତ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଏତତ ବ୍ୟତୀତ ରାଜ୍ୟ ଗୁଡିକର ସ୍ବାସ୍ଥ୍ୟ ଭିତ୍ତିଭୂମି, ମେଡିକାଲ ଉପକରଣ, ଅକ୍ସିଜେନ, ଔଷଧ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ଏତିକି ନୁହେଁ ମହାମାରୀ ମୁକାବିଲା ରେ ଟିକା ବଡ ଅସ୍ତ୍ର ହୋଇଥିବାରୁ ଟିକା କରଣ ଉପରେ ଫୋକସ କରିବା ସହ ସମସ୍ତ ପ୍ରକାରର କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ।

ଆଜିର ଏହି ସମୀକ୍ଷା ବୈଠକରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ରାଜ୍ୟପାଳ, ବିଭିନ୍ନ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.