ପ୍ରେମଲତାଙ୍କୁ ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Sep 15, 2021, 10:53 PM IST

ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ବାରିକ

ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡିଶାର ପ୍ରେମଲତା ବାରିକ । ସ୍ବାସ୍ଥ୍ୟ କ୍ଷେତ୍ରରେ ସେବା, ସମର୍ପଣ ଓ କର୍ତ୍ତବ୍ଯର ପରାକାଷ୍ଠାକୁ ନେଇ ପ୍ରେମଲତାଙ୍କୁ ଦିଆଗଲା ନ୍ୟାସନାଲ ଫ୍ଳୋରେନ୍ସ ନାଇଟଆଙ୍ଗଲ ଆୱାର୍ଡ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡିଶାର ପ୍ରେମଲତା ବାରିକ । ସ୍ବାସ୍ଥ୍ୟ କ୍ଷେତ୍ରରେ ସେବା, ସମର୍ପଣ ଓ କର୍ତ୍ତବ୍ଯର ପରାକାଷ୍ଠାକୁ ନେଇ ପ୍ରେମଲତାଙ୍କୁ ଦିଆଗଲା ନ୍ୟାସନାଲ ଫ୍ଳୋରେନ୍ସ ନାଇଟଆଙ୍ଗଲ ଆୱାର୍ଡ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ ସେବାର ସମର୍ପଣକୁ ନେଇ ଦେଶର ୫୧ ଜଣ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଜଗତସିଂହପୁର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ପ୍ରେମଲତା ବାରିକଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସବ୍ରତ ସମ୍ମାନ ପ୍ରଦାନ କରିଛନ୍ତି ।

ଦେଶର ସର୍ବତ୍କୃଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ବାରିକ

ସେବା ପାଇଁ ମିଳିଥିଲା ଏହି ସମ୍ମାନ ପରେ ପ୍ରେମଲତା ରାଷ୍ଟ୍ରପତିଙ୍କୁ ଧନ୍ଯବାଦ ଅର୍ପଣ କରିଥିବା ବେଳେ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକମୀଙ୍କୁ ସମର୍ପଣ କରିଛନ୍ତି। ଆଉ ଆଗକୁ ଯାଇ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ କାର୍ଯ୍ୟ କରିବାର ପଣ କରିଥିବା ବେଳେ ଜାତୀୟ ଶିଶୁ ଅଧିକାର ଓ ମାତୃ ମୃତ୍ୟୁର ସଚେତନତା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହାସହ ଜାତୀୟ ସ୍ବାସ୍ଥ୍ୟ ମିଶନର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ତେବେ ସେବା ପାଇଁ ସେ ୩୮ ବର୍ଷ ସମର୍ପଣ କରିଥିବା ବେଳେ ଜୀବନର ଶେଷ ସମୟର ପର୍ଯ୍ୟନ୍ତ ଲୋକଙ୍କ ସେବାରେ ବର୍ତ୍ତି ରହିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡଣ୍ଟ ମଧ ପ୍ରମଲତାଙ୍କ ସେବାକୁ ପ୍ରଶଂସା କରିଥିବା ବେଳେ ତାଙ୍କ ସମ୍ମାନ ପାଇଁ ଅଞ୍ଚଳବାସୀଙ୍କ ସହ ଆମେ ଗର୍ବିତ ବୋଲି କହିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ, ପ୍ରେମଲତାଙ୍କୁ ସେବାରେ ସମର୍ପଣ ପାଇଁ ସମ୍ମାନ ମିଳିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

  • ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ସମ୍ମାନରେ ସମ୍ମାନିତ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶ୍ରୀମତୀ ପ୍ରେମଲତା ବାରିକଙ୍କୁ ଶୁଭେଚ୍ଛା। ଆପଣଙ୍କ ନିଷ୍ଠା ଓ ସମର୍ପିତ ସେବା ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। pic.twitter.com/ulWIlG7pa5

    — Naveen Patnaik (@Naveen_Odisha) September 15, 2021 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.