ଆଜିଠୁ ଯୁକ୍ତ ଦୁଇ ପାଠପଢା

author img

By

Published : Sep 22, 2022, 7:52 AM IST

ଆଜିଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପାଠପଢା । ପ୍ରଥମ ପର୍ଯ୍ୟାୟରେ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କୁ ୨୪ ତାରିଖ ଯାଏଁ ସ୍ବାଗତ ସହ ଇଣ୍ଡକ୍ସନ କ୍ଲାସ(Induction class) କରାଯିବ। ଏହି କ୍ଲାସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ଦ୍ବାରା ପରିଚାଳିତ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି(ଗୁରୁବାର) ଠାରୁ ଆରମ୍ଭ ହେବ ଏକାଦଶ ପାଠପଢା (Plus two class) । ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ଆଜିଠାରୁ କଲେଜର କ୍ଲାସ ରୁମରେ ପାଠପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ଏନେଇ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash)। ଆଜି ଠାରୁ ୨୪ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ(Induction class) କରାଯିବ । ଏହି କ୍ଲାସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ଦ୍ବାରା ପରିଚାଳିତ ହେବ ।

ପ୍ରଥମ କରି କଲେଜ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠପଢା ବିଷୟରେ ଅବଗତ କରାଯିବ । ପ୍ରତ୍ୟେକ ବିଷୟର ଶିକ୍ଷକଙ୍କ ସହିତ ପରିଚିତ ହେବେ ଛାତ୍ରଛାତ୍ରୀ । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷଙ୍କୁ ଚିଠି ଲେଖିଛି ବିଭାଗ । ସିଲାବସ୍ ଉପଲବ୍ଧତା, ପରୀକ୍ଷା ପ୍ରଶ୍ନ ଢାଞ୍ଚା ବିଷୟରେ ସୂଚନା ଦିଆଯିବ । ରାଗିଂ ବିଷୟରେ ମଧ୍ୟ ଅବଗତ କରାଯିବ ସହ ନିୟମ ଏବଂ ନିୟମାବଳୀ ବିଷୟରେ ଅବଗତ କରାଯିବ । ରାଜ୍ୟରେ ଏବେ ସାଢ଼େ ୩ ଲକ୍ଷ ୭୨ ହଜାର ପିଲା ନାମ ଲେଖାଇ ସାରିଲେଣି, ତେଣୁ ଆଉ ବିଳମ୍ବ ନକରି କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-Millet snacks During Officials Meeting: ଏଣିକି ସରକାରୀ ବୈଠକରେ ମିଳିବ ମାଣ୍ଡିଆ ସ୍ନାକ୍ସ

ଏବେ ବି ଯୁକ୍ତ ଦୁଇରେ କିଛି କଲେଜରେ ପିଲାମାନେ ଆଡମିଶନ ନେଇ ନାହାନ୍ତି । ସେମାନେ ଆସନ୍ତା ଅକ୍ଟୋବର ୧୭ ତାରିଖରେ ଆଡମିଶନ ନେବେ । ତା' ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ଆଜି ଠାରୁ ଆରମ୍ଭ ହେବ । ଗତ ଜୁଲାଇ ୨୭ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ପାସ ହାର ୯୪.୧୨ ପ୍ରତିଶତ । ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨ ହଜାର ୧୦୬ ପାସ କରିଥିଲେ ।

ଅନ୍ୟପଟେ ଗତ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା । ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ପାସ କରିଛନ୍ତି । ଏଥର ପାସ ହାର ୮୨.୧୦ ପ୍ରତିଶତ ରହିଥିଲା । ଏପଟେ ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ୧୦୦% ପାଠପଢା କରାଯିବ । କୋରୋନା ସମୟରେ ଯେଉଁଭଳି ଭାବରେ ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିଥିଲା ତାହା ଯେଉଁଭଳି ଭାବରେ ନହେଉ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ଏଣୁ ଯେଉଁମାନେ ନାମ ଲେଖାଇଛନ୍ତି ସେମାନଙ୍କର ପ୍ରଥମ ପର୍ଯ୍ୟାୟରେ ପାଠପଢା ଆରମ୍ଭ ହେବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସୂଚନା ଅନୁଯାୟୀ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସରକାର ନାମଲେଖାର ସମୟ ଅବଧି ବଢାଇଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଚାଲୁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.