Odisha Covid Cases: ପୁଣି 202 ସଂକ୍ରମିତ ଚିହ୍ନଟ

author img

By

Published : Sep 23, 2022, 10:29 AM IST

Odisha Covid Cases: ପୁଣି 202 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 202 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 202 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 202 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 117 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 85 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 45 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 4, ବରଗଡରୁ 10, ଭଦ୍ରକରୁ 1, ବଲାଙ୍ଗୀରରୁ 3, କଟକରୁ 11, ଦେବଗଡରୁ 1, ଗଜପତିରୁ 4, ଗଞ୍ଜାମରୁ 1, ଜଗତସିଂହପୁରରୁ 5, ଯାଜପୁରରୁ 6, କନ୍ଧମାଳରୁ 5, କେନ୍ଦ୍ରାପଡାରୁ 6, କେନ୍ଦୁଝରରୁ 7, ଖୋର୍ଦ୍ଧାରୁ 31 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 10, ନବରଙ୍ଗପୁରରୁ 11, ନୟାଗଡରୁ 7, ନୂଆପଡାରୁ 6, ପୁରୀରୁ 4, ରାୟଗଡାରୁ 2, ସମ୍ବଲପୁରରୁ 17, ସୋନପୁରରୁ 2, ସୁନ୍ଦରଗଡରୁ 41 ଓ ଷ୍ଟେଟପୋଲରୁ 6 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 32 ହଜାର 735 ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1400 ସକ୍ରିୟ ମାମଲା ରହିଛି । ନୂଆ 238 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 22 ହଜାର 95 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,34,86, 921 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.