ପିଲାଙ୍କ ଜୀବନ ସହ ଖେଳୁଛନ୍ତି ରାଜ୍ୟ ସରକାର: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

author img

By

Published : Jan 15, 2022, 6:00 PM IST

ପିଲାଙ୍କ ଜୀବନ ସହ ଖେଳୁଛନ୍ତି ରାଜ୍ୟ ସରକାର: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

ରାଜ୍ୟରେ କୋରୋନାର ସ୍ଥିତି ଏବେ ଉଦବେଗଜନକ ରହିଛି । ଓଡ଼ିଶା ଲୋକ ସେବା ଆୟୋଗଙ୍କ ପକ୍ଷରୁ ସିଭିଲ ସର୍ଭିସ (ଓସିଏସ୍) ମେନ ପରୀକ୍ଷା ଆୟୋଜନ କରାଯିବାକୁ ନେଇ ଦୃଢ଼ ବିରୋଧ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ କୋରୋନାର ସ୍ଥିତି ଏବେ ଉଦବେଗଜନକ ରହିଛି । ଓଡ଼ିଶା ଲୋକ ସେବା ଆୟୋଗଙ୍କ ପକ୍ଷରୁ ସିଭିଲ ସର୍ଭିସ (ଓସିଏସ୍) ମେନ ପରୀକ୍ଷା ଆୟୋଜନ କରାଯିବାକୁ ନେଇ ଦୃଢ଼ ବିରୋଧ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଏନେଇ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଏହାକୁ ନିନ୍ଦା କରିଛନ୍ତି ।

ପିଲାଙ୍କ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି । ତେବେ ଜାନୁୟାରୀ ୨୦ ତାରିଖରୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସିଭିଲ୍ ସର୍ଭିସ୍ (ଓସିଏସ୍) ମେନ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ପିଲାଙ୍କ ଜୀବନ ସହ ଖେଳୁଛନ୍ତି ରାଜ୍ୟ ସରକାର: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

ଏଥିପାଇଁ ଓପିଏସସି ପକ୍ଷରୁ ଆଡମିଟ୍ କାର୍ଡ଼ ମଧ୍ୟ ବି ଯାଇସାରିଛି । କିନ୍ତୁ ଏ ଜାନୁୟାରୀରୁ କୋରୋନା ସଂକ୍ରମଣର ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଜାନୁୟାରୀ ଶେଷ ଓ ଫେବୃୟାରୀ ବେଳକୁ ଏହା ପିକରେ ରହିବ । ଓସିଏସ ପରୀକ୍ଷା ରାଜ୍ୟର ୫ଟି ସହରରେ ହେବାକୁ ଥିବାବେଳେ କୋଭିଡ୍ ପାଇଁ ସେଠାରେ ହଷ୍ଟେଲ ଗୁଡ଼ିକ ବନ୍ଦ ରହିଛି । ତେଣୁ ପିଲାମାନେ କେଉଁଠି ସୁରକ୍ଷିତ ଭାବେ ରହି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି ରଞ୍ଜନ ଲେଙ୍କା ।

ଦୂର ଦୂରାନ୍ତରୁ ପରୀକ୍ଷା ଦେବାକୁ ଆସୁଥିବା ପ୍ରାର୍ଥୀମାନେ ଏଥିରେ ନିଶ୍ଚୟ ଅସୁବିଧା ଭୋଗିବେ । ଅଫଲାଇନ ପରୀକ୍ଷା ସମୟରେ ଯଦି କେହି ଛାତ୍ରଛାତ୍ରୀ କୋଭିଡ ସଂକ୍ରମଣର ଶିକାର ହୁଅନ୍ତି । ତେବେ ସେମାନଙ୍କର ପରୀକ୍ଷାରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ପିଲାମାନଙ୍କୁ ସୁସ୍ଥ ମାନସିକତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଭିତରେ ପରୀକ୍ଷା ଦେବାର ସୁଯୋଗ ନ ଦେଇ ରାଜ୍ୟ ସରକାର ସେମାନଙ୍କର ଭବିଷ୍ୟତ ସହ ଖେଳୁଛନ୍ତି ବୋଲି କହିଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି । ତେଣୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଭବିଷ୍ୟତର ନିରାପତ୍ତା ପାଇଁ ପରୀକ୍ଷା ସ୍ଥଗିତ ରଖିବା ନେଇ ଦାବି କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.