ନୂଆଦିଲ୍ଲୀରୁ ଫେରିବା ପରେ ଜୟଙ୍କ ଦମ୍ଭୋକ୍ତି, ଓଡିଶା ଦଖଲ କରିବ ବିଜେପି

author img

By

Published : Sep 20, 2022, 9:36 PM IST

Etv Bharat

ଭୁବନେଶ୍ବର ଫେରିବା ପରେ ବିରୋଧୀ ଦଳନେତା କହିଛନ୍ତି, "ଏବେ ଆମେ ଓଡିଶାରେ ସାର ଦେଉଛୁ । 24 ରେ ଫସଲ ଅମଳ କରିବୁ । ଯେହେତୁ ଫଳ ଧରିନି ସେଥିପାଇଁ ଦେଖା ଯାଉନି । କିନ୍ତୁ ଆମେ ଧାନ ବିଲରେ ଚାଷ କାମରେ ଲାଗିଛୁ । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଆମେ ମଧ୍ୟ ସେମିତି ସରକାର ଗଠନ ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ ।" ଅଧିକ ପଢନ୍ତୁ

ଭୁବନେଶ୍ବର: ନୂଆଦିଲ୍ଲୀ ଗସ୍ତରୁ ଫେରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବଡ ଦମ୍ଭୋକ୍ତି । ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର କରିବ । ସରକାର ଗଠନ ପାଇଁ ଯାହା ଆବଶ୍ୟକ କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ଶାଖାକୁ ସହଯୋଗ କରିବେ ବୋଲି କହିଛନ୍ତି ଜୟ । ନୂଆଦିଲ୍ଲୀ ଗସ୍ତରେ ଯାଇ ଜୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଥିଲା ତାହା ସ୍ପଷ୍ଟ ହୋଇଛି ।

ନୂଆଦିଲ୍ଲୀରୁ ଫେରିବା ପରେ ଜୟଙ୍କ ଦମ୍ଭୋକ୍ତି, ଓଡିଶା ଦଖଲ କରିବ ବିଜେପି

ଆଜି ଭୁବନେଶ୍ବର ଫେରିବା ପରେ ବିରୋଧୀ ଦଳନେତା କହିଛନ୍ତି, "ଏବେ ଆମେ ଓଡିଶାରେ ସାର ଦେଉଛୁ । 24 ରେ ଫସଲ ଅମଳ କରିବୁ । ଯେହେତୁ ଫଳ ଧରିନି ସେଥିପାଇଁ ଦେଖା ଯାଉନି । କିନ୍ତୁ ଆମେ ଧାନ ବିଲରେ ଚାଷ କାମରେ ଲାଗିଛୁ । ଫସଲ ଅମଳ ପାଇଁ ଯେମିତି ଚାଷ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ରହିଛି । ଆମେ ମଧ୍ୟ ସେମିତି ସରକାର ଗଠନ ପାଇଁ ବିଭିନ୍ନ ପର୍ଯ୍ୟାୟ ଦେଇ ଯାଉଛୁ । ଗୋଟିଏ ଦିନରେ ତ ସବୁ କିଛି ହୁଏ ନାହିଁ । ସେଥିପାଇଁ ପ୍ରକ୍ରିୟା ଜାରି ରହିଛି । 24 ରେ ଓଡିଶା ଦଖଲ କରିବୁ ।" ଜୟଙ୍କ ଏହି ବୟାନ ପରେ ଏବେ ପୁଣି ଥରେ ରାଜ୍ୟ ରାଜନୀତି ସରଗମ ହୋଇପଡିଛି ।

ସେପେଟ ବିରୋଧୀ ଦଳ ନେତାଙ୍କ ଏହି ବୟାନ ପରେ ମୁହଁ ଖୋଲିଛି ବିଜେଡି । ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଓଡିଶାବାସୀ ଜାଣିଛନ୍ତି କାହାକୁ ସମର୍ଥନ ଦେବେ । 2019 ରେ ଏହା ପ୍ରମାଣ ହୋଇସାରିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଲୋକେ ଜବାବ ଦେଇଛନ୍ତି । 24ରେ ମଧ୍ୟ ଦେବେ ।"

ଏପଟେ, ବିଜେଡି ଉପମୁଖ୍ୟ ସଚେତକ କହିଛନ୍ତି, 2019 ରେ ବି ଏମିତି ମିଶନ 120 ର ଲକ୍ଷ୍ୟ ରଖିଥିଲା ବିଜେପି । କିନ୍ତୁ ଫଳ କଣ ହେଲା । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ପ୍ରଥମେ ବିଭିନ୍ନ ରାଜ୍ୟକୁ ସିବିଆଇ ଇଡି ପଠାଇଥାଏ । ଦଳ ଭାଙ୍ଗିବାକୁ ଉଦ୍ୟମ କରେ । 2024 ରେ ଦେଶରେ କଂଗ୍ରେସ ସରକାର ହେବ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ଓଡିଶାରେ 9 ରୁ 90 ରେ ପଞ୍ଚିବ ଦଳ । ରାଜ୍ୟ ମଧ୍ୟ କଂଗ୍ରେସ ସରକାର ଗଠନ କରିବ ।

ସୂଚନାଯୋଗ୍ୟଯେ ଚଳିତ ମାସ ଦ୍ବିତୀୟ ସପ୍ତାହରେ ବିଜେପି ପୁରୀରେ ରାଜ୍ୟ ପଦାଧିକାରୀଙ୍କ 3 ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା । ଯେଉଁଥିରେ ଜାତୀୟ ମହାମନ୍ତ୍ରୀ ତଥା ସଂଗଠନ ମୁଖ୍ୟ ବିଏଲ ସନ୍ତୋଷ ଯୋଗଦେଇଥିଲେ । ଏତତ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଓ ଏକାଧିକ ଜାତୀୟ ସମ୍ପାଦକ ବି ସାମିଲ ହୋଇଥିଲେ । ଏହା ପୂର୍ବରୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ଆସି ସଂଗଠନର ସମୀକ୍ଷା କରିଛନ୍ତି । ପୁଣି ଚଳିତ ମାସ ଶେଷରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପରି ସ୍ଥଳେ ଜୟଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି । ସେହିପରି ଶାସକ ବିଜେଡି ମଧ୍ୟ ନିଜ ସାଂଗଠନିକ କାମ ଯୋରଦାର କରିଥିବା ବେଳେ କଂଗ୍ରେସ ମଧ୍ୟ ଟ୍ରାକକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଆଗାମୀ ମାସରେ ରାଜ୍ୟବ୍ୟାପୀ ପରିବର୍ତ୍ତନ ଯାତ୍ରା କରିବ ବୋଲି କଂଗ୍ରେସ ସଭାପତି ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.