Miss India World 2022: ଟାଇଟଲ ହାତେଇଲେ ଓଡିଆ ଝିଅ ସ୍ନିଗ୍ଧା ବିଶ୍ବାଳ

author img

By

Published : Sep 21, 2022, 1:57 PM IST

ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ଵାଳଙ୍କ କମାଲ

ମିସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ୨୦୨୨ ଟାଇଟଲ ହାତେଇଲେ ଓଡିଆ ଝିଅ ସ୍ନିଗ୍ଧା ବିଶ୍ଵାଳ । 35 ଝିଅଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ସ୍ନିଗ୍ଧା । ଅଧିକ ପଢନ୍ତୁ

ଭୁବନେଶ୍ବର: ଜାତୀୟସ୍ତରରେ ଚମକିଲେ ଓଡିଆ ଝିଅ ସ୍ନିଗ୍ଧା ବିଶ୍ଵାଳ । ଉଭୟ ବ୍ରେନ ଓ ବିୟୁଟିରେ କମାଲ କରିଛନ୍ତି ସ୍ନିଗ୍ଧା । ଦେଶ ବିଦେଶରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ୨୦୨୨ ଟାଇଟଲ ହାତେଇ ଦେଶ ସହ ନିଜ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି (Snigdha Biswal won the Miss India World 2022 title) । 10 ଦିିିନିଆ କାର୍ଯ୍ୟକ୍ରମରେ 3ଟି ରାଉଣ୍ଡରେ ନିଜର ଦମ ଦେଖାଇ ଟାଇଟଲ ହାତେଇଛନ୍ତି ସ୍ନିଗ୍ଧା ବିଶ୍ବାଳ ।

ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ଵାଳ
ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ଵାଳ

ପ୍ରଥମ ଓଡ଼ିଆ ଭାବେ ସେ ଏହି ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି । ଖାଲି ସେତିକି ନୁହେଁ ରେଡ୍ କାର୍ପେଟରେ ଓଡ଼ିଆଙ୍କ ରାଜ ଦେଖିବାକୁ ମିଳିଛି ଏହି ସୁନ୍ଦରୀ ପ୍ରତିଯୋଗିତାରେ । ସେପ୍ଟେମ୍ବର ୧୯ରେ ନୂଆଦିଲ୍ଲୀ ଠାରେ ବଲିଉଡ ଅଭିନେତା ଅରବାଜ୍ ଖାନଙ୍କ ପ୍ରଡକ୍ସନ୍ "ସ୍କାଏ ଓ୍ଵାକ୍ ଏନଟରଟେନମେଣ୍ଟ" ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସ୍ନିଗ୍ଧାଙ୍କ ମୁଣ୍ଡରେ ପିନ୍ଧାଯାଇଛି ବିଜୟ ମୁକୁଟ । ଏହି ସଫଳତା ପାଇବା ପରେ ବନ୍ଧୁ, ପରିବାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ସ୍ନିଗ୍ଧାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ଵାଳଙ୍କ କମାଲ

ତେବେ ଏନଟିପିସିର ପୂର୍ବତନ ଫାଇନାନ୍ସ ଡାଇରେକ୍ଟର କୁଳମଣି ବିଶ୍ଵାଳ ଓ ମିନତୀ ବିଶ୍ଵାଳଙ୍କ ଝିଅ ହେଉଛନ୍ତି ସ୍ନିଗ୍ଧା । ସେ ଭୁବନେଶ୍ଵର ୟୁନିଟ୮ ଡିଏଭିରେ ସ୍କୁଲ ଶିକ୍ଷା ସାରିଥିବା ବେଳେ କିଟ୍ ବିଶ୍ଵବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ସେ ଓହିଓ, କଲମ୍ବସରେ ରହୁଛନ୍ତି । ୟୁଏସ ଆମାଜନ କମ୍ପାନୀ ଅଧିନରେରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଏହି ସଫଳତା ପରେ ପରିବାର ଲୋକଙ୍କ ଖୁସି ଦ୍ଵିଗୁଣିତ ହୋଇଛି । ଛୋଟବେଳୁ ମଡେଲିଂ ପ୍ରତି ସ୍ନିଗ୍ଧାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ସେ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜ ଆଦର୍ଶ ମାନନ୍ତି । ଜାତୀୟ ସ୍ତରରେ ପ୍ରଥମ ଥର ଏହି ବର୍ଗରେ ସେ ସଫଳତା ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...ମନ ମୋହିଲା ଜଗନ୍ନାଥଙ୍କ ମାଣ୍ଡିଆ ଚାହା, ଜାତୀୟସ୍ତରରେ ହେଲେ ପୁରସ୍କୃତ

ଆଗାମୀ ଦିନରେ ଓଡିଶାକୁ ପ୍ରତିନିଧିତ୍ଵ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ସ୍ନିଗ୍ଧା ଲକ୍ଷ୍ୟ ରଖିଛନ୍ତି । ଦୃଢ଼ ଇଚ୍ଛାଶକ୍ତିକୁ ନେଇ ସଫଳତାର ଶିଖରକୁ ଛୁଇଁବାର ଆଶାୟୀ ହୋଇଛନ୍ତି । ଏହି ପ୍ରତିଯୋଗିତା ପାଇଁ 3 ମାସ ହେବ ପ୍ରସ୍ତୁତି କରିଥିଲେ ସ୍ନିଗ୍ଧା । ଏହି ପ୍ରତିଯୋଗିତାରେ କାନାଡା, ଲଣ୍ଡନ ପ୍ୟାରିସ ଓ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ଆସିଥିଲେ । ପାଖାପାଖି 35 ଝିଅ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗି ବହୁତ ଟପ ଥିଲା । ଫାଇନାଲ ରାଉଣ୍ଡ ପ୍ରଶ୍ନୋତ୍ତରରେ ବିଚାରକଙ୍କ ମନ ଜିଣିଥିଲେ ସ୍ନିଗ୍ଧା । ଅନ୍ୟକୁ ଇଚ୍ଛାଶକ୍ତି ଜାଗ୍ରତ କରି ନିଜ ଭିତରର ପ୍ରତିଭାକୁ ପ୍ରସ୍ଫୁଟିତ କରିବାକୁ ପ୍ରତିକ୍ରିୟାରେ କହିଛନ୍ତି ସ୍ନିଗ୍ଧା । ସଂସ୍କୃତିରେ ଓଡିଶାକୁ ଏକ ନୂଆ ପରିଚୟ ଦେଖି ବହୁତ ଖୁସି ଥିବା କହିଛନ୍ତି ସ୍ନିଗ୍ଧା ବିଶ୍ବାଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.