Assembly Winter Session: 5ବର୍ଷରେ ନନ୍ଦନକାନନରେ ପ୍ରାଣୀଙ୍କ ଜନ୍ମ ଅଧିକ, ମୃତ୍ୟୁ କମ୍

author img

By

Published : Dec 7, 2021, 8:01 PM IST

Odisha assembly

ବିଧାନସଭା (Odisha assembly) ରେ ନନ୍ଦନକାନନ ପଶୁ, ପକ୍ଷୀ ଓ ସରୀସୃପ ପ୍ରସଙ୍ଗ । ନନ୍ଦନକାନନ (Nandankanan Zoological Park) ରେ କେତେ ପ୍ରାଣୀଙ୍କ ଗତ 5 ବର୍ଷରେ ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ବିରଳ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି କି? ବର୍ତ୍ତମାନ ସୁଦ୍ଧା ପ୍ରାଣୀ ଉଦ୍ୟାନରେ କେତେ ପଶୁ, ପକ୍ଷୀ ସରୀସୃପଙ୍କ ମୃତ୍ୟୁ ଘଟିଛି? କେତେ ଜନ୍ମ ନେଇଛନ୍ତି? ଦେଶ ବିଦେଶରୁ କେତେ ଆସିଛନ୍ତି? ଆଜି ଏହା ଜାଣିବା ପାଇଁ ଚାହିଁଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି(Congress MLA Tara Prasad Bahinipati) ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ ନନ୍ଦନକାନନ ପଶୁ,ପକ୍ଷୀ ଓ ସରୀସୃପ ପ୍ରସଙ୍ଗ । ନନ୍ଦନକାନନ (Nandankanan Zoological Park) ରେ କେତେ ପ୍ରାଣୀଙ୍କ ଗତ 5 ବର୍ଷରେ ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ବିରଳ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି କି? ବର୍ତ୍ତମାନ ସୁଦ୍ଧା ପ୍ରାଣୀ ଉଦ୍ୟାନରେ କେତେ ପଶୁ, ପକ୍ଷୀ ସରୀସୃପଙ୍କ ମୃତ୍ୟୁ ଘଟିଛି? କେତେ ଜନ୍ମ ନେଇଛନ୍ତି? ଦେଶ ବିଦେଶରୁ କେତେ ଆସିଛନ୍ତି? ଆଜି ଏହା ଜାଣିବା ପାଇଁ ଚାହିଁଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ।

Odisha assembly ଗତ ୫ ବର୍ଷରେ ନନ୍ଦନକାନନରେ ଏତିକି ପ୍ରାଣୀଙ୍କ ମୃତ୍ୟୁ ହୋଇଛି?
Odisha assembly ଗତ ୫ ବର୍ଷରେ ନନ୍ଦନକାନନରେ ଏତିକି ପ୍ରାଣୀଙ୍କ ମୃତ୍ୟୁ ହୋଇଛି?

ଜବାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ (Minister Forest Environment & Climate Change Bikram Keshari Arukha) କହିଥିଲେ ରାଜ୍ୟର ଗର୍ବ ଗୌରବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ମରଣଜନ୍ତା ପାଲଟିବା ଓ ପ୍ରତ୍ୟେକ ଦିନ ଏଠାରେ ବିରଳ ପଶୁ ପକ୍ଷୀଙ୍କ ମୃତ୍ୟୁ ଘଟିବା କଥା ସତ୍ୟ ନୁହେଁ । ବିଗତ ଦିନରେ ପ୍ରାଣୀ ଉଦ୍ୟାନରେ ପଶୁ, ପକ୍ଷୀ, ଓ ସରୀସୃପମାନଙ୍କର ମୃତ୍ୟୁ ସାଧାରଣତଃ ବାର୍ଦ୍ଧକ୍ୟ, ଜୀବାଣୁ ଓ ଭୂତାଣୁ ଜନିତ ରୋଗ, ଜନ୍ତୁ ଜନ୍ତୁ ମଧ୍ୟରେ ଲଢେଇ ଯୋଗୁଁ ସୃଷ୍ଟି ହେଉଥିବା କ୍ଷତ, ପ୍ରସବ କାଳୀନ ସମସ୍ୟା ଯୋଗୁଁ ହୋଇଥାଏ। ନନ୍ଦନକାନନର ପ୍ରାଣୀ ମୃତ୍ୟୁ ହାର ଜାତୀୟ ସ୍ତରରେ ନଗଣ୍ୟ।

Odisha assembly ଗତ ୫ ବର୍ଷରେ ନନ୍ଦନକାନନରେ ଏତିକି ପ୍ରାଣୀଙ୍କ ମୃତ୍ୟୁ ହୋଇଛି?
Odisha assembly ଗତ ୫ ବର୍ଷରେ ନନ୍ଦନକାନନରେ ଏତିକି ପ୍ରାଣୀଙ୍କ ମୃତ୍ୟୁ ହୋଇଛି?

ସେହିପରି ମନ୍ତ୍ରୀ ବିଗତ ୫ ବର୍ଷର ତଥ୍ୟ ଦେଇ କହିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫୫ ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୭୩ ଟି ସ୍ତନ୍ୟପାୟୀ ପ୍ରାଣୀ ରହିଥିବା ବେଳେ ୧୬୫ ପକ୍ଷୀ ଏବଂ ୧୬ ଟି ସରୀସୃପ ରହିଛନ୍ତି। ସେହିପରି ଏହି ୫ ବର୍ଷ ମଧ୍ୟରେ ୧ ହଜାର ୩୯୨ ପ୍ରାଣୀ ଜନ୍ମ ଗ୍ରହଣ କରିଛନ୍ତି। ୨୦୧୭ ରୁ ୨୦୨୧ ମଧ୍ୟରେ ଦେଶ ବିଦେଶରୁ ୩୫ ଟି ପ୍ରାଣୀଙ୍କୁ ଅଣାଯାଇଛି ବୋଲି ଗୃହରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.