Puri Heritage Corridor Project: ଧର୍ମର ଜୟ ହୋଇଛି କହିଲେ ଅପରାଜିତା

author img

By

Published : Sep 21, 2022, 5:11 PM IST

Puri Heritage Corridor Project: ଧର୍ମର ଜୟ ହୋଇଛି କହିଲେ ଅପରାଜିତା ଷଡଙ୍ଗୀ

ଜାତୀୟ ଐତିହ୍ୟ ସଂସ୍ଥାନ (ଏନଏମଏ) ର ଏନଓସିକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜାତୀୟ ଐତିହ୍ୟ ସଂସ୍ଥାନ (ଏନଏମଏ) ର ଏନଓସିକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, "କିଛି ମାସ ତଳେ ରାଜ୍ୟରେ ସମସ୍ତେ ଅନ୍ଦୋଳନ କରିଥିଲେ। ଚାଲି ଚାଲି ପୁରୀ ଯାଇଥିଲୁ । ରାଜ୍ୟ ସରକାର ଆମସାର ଆକ୍ଟ ମାନି ନିର୍ମାଣ କାର୍ଯ୍ୟ କରନ୍ତୁ। ଆମକୁ ଆମର ଐତିହ୍ୟଭୁତ ପ୍ରିୟ । ସେତେବେଳେ ରାଜ୍ୟ ସରକାର କର୍ଣ୍ଣପାତ କରି ନଥିଲେ। ହେଲେ ଏବେ କଣ ହେଲା। ଏନଏମଏକୁ ବହୁତ ବହୁତ ଧନ୍ୟବାଦ। ପରେ ଏନଏମଏ ପକ୍ଷରୁ ଆଉ ଥରେ ମଗାଯିବା ପରେ ରାଜ୍ୟ ସରାକାର ରିଭାଇଜ ଡ଼ିପିଆର ଦେଲେ। ଡ଼ିପିଆରକୁ ବହୁତ ଭଲ ଭାବେ ସମୀକ୍ଷା କରିଥିବାରୁ ଏନଏମଏକୁ ଧନ୍ୟବାଦ।"

Puri Heritage Corridor Project: ଧର୍ମର ଜୟ ହୋଇଛି କହିଲେ ଅପରାଜିତା ଷଡଙ୍ଗୀ

ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରନ୍ତୁ। ରିସେପସନ ସେଣ୍ଟର 100 ମିଟର ଭିତରେ ସରକାର ନିର୍ମାଣ କରୁଥିଲେ । ତାକୁ 100 ମିଟର ବାହାରାକୁ କରିବାକୁ କୁହାଯାଇଛି । ଏହା ସହ 100 ମିଟର ଭିତରେ ମଧ୍ୟ ପରାମର୍ଶ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ କିଓସ୍କୋ ବିଭିନ୍ନ ସବୁ ନିର୍ମାଣ କାରିବାକୁ ଚାହୁଁଥିଲେ । ହେଲେ ଏନଏମଏ କୌଣସି ବିଲଡିଂ 100 ମିଟର ଭିତରେ ହେବ ନାହିଁ ବୋଲି ମନା କରିଛନ୍ତି ।

ଅପରାଜିତା ଆହୁରି କହିଛନ୍ତି, ସମାନ ଭାବେ ଏକାମ୍ର ଏବଂ କୋଣାର୍କ ଐତିହ୍ୟ ପ୍ରକଳ୍ପକୁ ମଧ୍ୟ ଏନଓସି ଦେଇଛନ୍ତି। ଅର୍ଥାତ ଆମସାର ଆକ୍ଟକୁ ସରକାର ମାନିବାକୁ ବାଧ୍ୟ। ବହୁତ ଦୁଃଖର କଥା ଯଦି ପାଠ ପଢିକି, ସବୁ ପକ୍ଷକୁ ବୁଝି କି ଏଏସଆଇର ମତାମତ ନେଇ ଏସବୁ କରିଥାନ୍ତେ ତାହେଲେ କୋଟି କୋଟି ଟଙ୍କା ନଷ୍ଟ ହୋଇ ନଥାନ୍ତା । ରାଜ୍ୟ ରାଜାକୋଷରୁ ଏହି ଅର୍ଥ ଗଲା ଏଥି ପଇଁ ଦାୟୀ କିଏ ? ତାର ଉତ୍ତର ସାଢେ 4 କୋଟି ଓଡ଼ିଆଙ୍କ ପାଖରେ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.