ରାଜଧାନୀରେ ବେକାବୁ କୋରୋନା, ଚିନ୍ତା ବଢାଇଲା ସ୍ଥାନୀୟ ସଂକ୍ରମଣ

author img

By

Published : Jan 13, 2022, 1:42 PM IST

ରାଜଧାନୀରେ ବେକାବୁ କୋରୋନା, ଦିନକରେ ୯୦%ରୁ ଉର୍ଦ୍ଧ୍ବ ସ୍ଥାନୀୟ ସଂକ୍ରମଣ

ରାଜଧାନୀରେ ବେକାବୁ କୋରୋନା । ପ୍ରତ୍ୟେକ ଦିନ ବାହାରୁଥିବା ଆକ୍ରାନ୍ତ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ସ୍ଥାନୀୟ ସଂକ୍ରମିତ । ଯାହାକୁ ନେଇ ଚିନ୍ତାରେ BMC । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀରେ ବେକାବୁ କୋରୋନା। ପ୍ରତ୍ୟେକ ଦିନ ବାହାରୁଥିବା ଆକ୍ରାନ୍ତ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ସ୍ଥାନୀୟ ସଂକ୍ରମିତ(90% above local case) । ଯାହାକୁ ନେଇ BMCର ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ଆକ୍ରାନ୍ତ ଗୁରୁତର ହେଉନଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ୧୦ ପ୍ରତିଶତରୁ ଅଧିକ ଥିବାରୁ ସାମନ୍ୟ ଆଶ୍ବସ୍ଥି ଆଣିଛି । ଯଦି ଆମେ ଆକ୍ରାନ୍ତଙ୍କ ତଥ୍ୟ ଉପରେ ନଜର ପକାଇବା, ତେବେ ଗତ ୬ ତାରିଖରେ ମୋଟ ଆକ୍ରାନ୍ତ ୬୮୩ ମଧ୍ୟରୁ ୫୮୪ ଜଣ ସ୍ଥାନୀୟ ସଂକ୍ରମିତ , ସେହିପରି ୮ ତାରିଖରେ ୫୮୧ ମଧ୍ୟରୁ ୪୯୯ , ୯ ତାରିଖରେ ୫୭୪ ମଧ୍ୟରୁ ୫୧୧ , ୧୦ ତାରିଖରେ ୬୧୯ରୁ ୫୬୮ ଆଉ ୧୧ରେ ମୋଟ ସଂକ୍ରମଣ ୭୧୦ରୁ ୬୮୫ ଜଣ ସ୍ଥାନୀୟ ସଂକ୍ରମିତ ।

ରାଜଧାନୀରେ ବେକାବୁ କୋରୋନା, ଦିନକରେ ୯୦%ରୁ ଉର୍ଦ୍ଧ୍ବ ସ୍ଥାନୀୟ ସଂକ୍ରମଣ

ଗତ ୭ ଦିନର ତଥ୍ୟ କହୁଛି ରାଜଧାନୀରେ ମୋଟ ୩ ହଜାର ୮୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୧୯ ସ୍ଥାନୀୟ ସଂକ୍ରମିତ ଏବଂ ୩୪୪ ଜଣ କ୍ଵାରେଣ୍ଟିନରୁ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୭ ଦିନରେ ୭୨୮ ଜଣ ସୁସ୍ଥ ହୋଇଛନ୍ତି, ଯାହାକି ମାତ୍ର ୧୮ ପ୍ରତିଶତ । ତେଣୁ ଏମିତି ସ୍ଥିତିକୁ ଗୁରୁତର ସହ ନେଇ ସଂକ୍ରମଣ ରୋକିବା ଦିଗରେ କଡା ପଦକ୍ଷେପ ନେବାକୁ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଅନ୍ୟପଟେ ଏନେଇ ଅଧିକ ତତ୍ପର ହୋଇଛି BMC । ପୁଣି ଥରେ ୧୯୨୯ ହେଲ୍ପ ଲାଇନକୁ BMC ଆକ୍ଟିଭ କରିଛି । ଏହା ସହ ଭୁବନେଶ୍ବରର ରାପିଡ ରେସପନ୍ସ ସଂଖ୍ୟା ଦୁଇ ଗୁଣ ବଢାଇଛି । ପୂର୍ବରୁ ୧୬ ଟିମ ଥିବା ବେଳେ ଏବେ ୩୬ ରୁ ଅଧିକ ହୋଇଛି । ଜରୁରୀ କଲ ଆସିଲେ ସେମାନେ ମେଡିସିନ କିଟ ସହ ପହଞ୍ଚୁଛନ୍ତି । ଗତକାଲିଠୁ କୋଭିଡ ହସ୍ପିଟାଲଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ସେହିପରି ଡାକ୍ତରଙ୍କ ସଂଖ୍ୟା ମଧ୍ୟ ବଢାଯାଇଛି । ପ୍ରାୟ ୪୦ ଜଣ ଡାକ୍ତରଙ୍କୁ ଏନେଇ ନିଯୁକ୍ତ କରାଯାଇଛି ।

ରାଜଧାନୀରେ ମାର୍କେଟଗୁଡିକ ମଧ୍ୟ ବିକେନ୍ଦ୍ରୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସତ୍ତ୍ବେ ବି ରାଜଧାନୀ ବାସିନ୍ଦା ଗାଇଡଲାଇନ ମାନୁ ନଥିବାରୁ ସେମାନଙ୍କୁ ସଚେତନ କରିବା ପାଇଁ ପୁଣି ଥରେ ଆଇସିଡ଼ିଏସ ଏବଂ ଏସଏଚଜି ମହିଳାମାନଙ୍କ ସାହାଯ୍ୟ ନେଇଛି ବିଏମସି । ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଇବେ ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.