ରାଜ୍ୟ କଂଗ୍ରେସ ଭବନରେ ଯୁବକଙ୍କ ଭଙ୍ଗାରୁଜା

author img

By

Published : Oct 13, 2021, 1:51 PM IST

Updated : Oct 13, 2021, 3:33 PM IST

ରାଜ୍ୟ କଂଗ୍ରେସ ଭବନେରେ ଯୁବକଙ୍କ ଭଙ୍ଗାରୁଜା

ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା । ପୁଣି ଉଗ୍ର ହେଲା କଂଗ୍ରେସ କନ୍ଦଳ । ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା ।

ରାଜ୍ୟ କଂଗ୍ରେସ ଭବନରେ ଯୁବକଙ୍କ ଭଙ୍ଗାରୁଜା

ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ଗୋଷ୍ଠୀ । ଦୀର୍ଘ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କୁ ବିରୋଧ କରୁଛନ୍ତି ଅପର ଗୋଷ୍ଠୀ । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାର ନଜିର ରହିଛି ।

ସକାଳ 6 ଟାରେ 4 ଜଣ ଅଜଣା ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ । କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ କାର୍ଯ୍ୟାଳୟର ପଶି ଭାଙ୍ଗାରୁଜା କଲେ । ସୁରକ୍ଷା କର୍ମୀଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ଚାବି ମାଗିଥିଲେ 4 ଯୁବକ । ଚାବି ନମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଦୀର୍ଘ ଦିନ ହେଲା କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପ୍ରତିଫଳନ ଆଜିର ଘଟଣାରୁ ଆହୁରି ସ୍ପଷ୍ଟ ହୋଇଛି । ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated :Oct 13, 2021, 3:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.