ଆଜି ଶିକ୍ଷକ ସଂଗଠନ ସହ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Sep 20, 2022, 11:12 AM IST

ଆଜି ଶିକ୍ଷକ ସଂଗଠନ ସହ ଆଲୋଚନା କରିବେ ଗଣଶିକ୍ଷା ମନ୍ତ୍ରୀ

ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିକ୍ଷକ ସଂଗଠନ ସହିତ ବୈଠକ ବସିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଶିକ୍ଷକ ସଂଗଠନ ସହ ବୈଠକ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି ଲୋକସେବା ଭବନ ଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ୬ଟି ଶିକ୍ଷକ ସଂଘ ସାମିଲ ହେବେ । ବିଭିନ୍ନ ଦାବିକୁ ନେଇ ମନ୍ତ୍ରୀ ସମୀର ଦାଶ ଶିକ୍ଷକ ସଂଗଠନଗୁଡିକ ସହ ଆଲୋଚନା କରିବେ । ଓଷ୍ଟା, ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ରାଜ୍ୟ କଣ୍ଟକ୍ଟ ଶିକ୍ଷକ ସଂଘ, ଉତ୍କଳ ଶିକ୍ଷକ ଓ କର୍ମଚାରୀ ସଂଘ, ରାଜ୍ୟ ଊର୍ଦ୍ଧୁ ଶିକ୍ଷକ ସଂଘ ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିକ୍ଷକ ସଂଗଠନ ସହିତ ହେବ ବୈଠକ
ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିକ୍ଷକ ସଂଗଠନ ସହିତ ହେବ ବୈଠକ

ଏହାମଧ୍ୟ ପଢନ୍ତୁ: ସ୍ମାର୍ଟ ହେବ VSSUT, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଳପତି

ଶିକ୍ଷକ ସଂଗଠନଗୁଡିକୁ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଯେଉଁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେହିସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଆଜି ୧୧ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ବୈଠକ ଚାଲିବ ବୋଲି ସୂଚନା ମିଳିଛି । ବୈଠକରେ ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.