ସରକାରୀ ସ୍କୁଲ ପ୍ରତି ବଢିଛି ଅଭିଭାବକଙ୍କର ଆଗ୍ରହ: ଗଣଶିକ୍ଷା ମନ୍ତ୍ରୀ

author img

By

Published : May 26, 2022, 7:27 AM IST

Updated : May 26, 2022, 7:39 AM IST

ସରକାରୀ ସ୍କୁଲ ପ୍ରତି ବଢିଛି ଅଭିଭାବକଙ୍କର ଆଗ୍ରହ :ଗଣଶିକ୍ଷା ମନ୍ତ୍ରୀ

ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ସରକାରୀ ସ୍କୁଲ ପ୍ରତି ବଢିଛି ଅଭିଭାବକଙ୍କର ଆଗ୍ରହ । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ସରକାରୀ ସ୍କୁଲ ମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । ସରକାରୀ ସ୍କୁଲ ପ୍ରତି ବଢିଛି ଅଭିଭାବକଙ୍କର ଆଗ୍ରହ । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଆଭାସୀ ମାଧ୍ୟମରେ ଏକ ବୈଠକ ଆୟୋଜିତ ହୋଇଛି । ୫- ‘ଟି’ ଅନ୍ତର୍ଗତ ସ୍କୁଲ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ପ୍ରଶିକ୍ଷଣ ଏବଂ ଦିଗ୍‌ଦର୍ଶନ କର୍ମଶାଳାରେ ମନ୍ତ୍ରୀ ଯୋଗ ଦେଇଥିଲେ । ମନ୍ତ୍ରୀ କହିଛନ୍ତି ଯେ ‘ବର୍ତ୍ତମାନ ଅଭିଭାବକମାନେ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ’।

ସରକାରୀ ସ୍କୁଲ ପ୍ରତି ବଢିଛି ଅଭିଭାବକଙ୍କର ଆଗ୍ରହ: ଗଣଶିକ୍ଷା ମନ୍ତ୍ରୀ

ଦୀର୍ଘ ଦୁଇବର୍ଷ ଧରି କୋରୋନା ମହାମାରୀ ଯୋଗୁଁ ପିଲାମାନଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋମଳମତି ଶିଶୁମାନଙ୍କୁ ଶିକ୍ଷାଦାନ କରିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଧିକ ଯତ୍ନବାନ ହେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :May 26, 2022, 7:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.