ମମିତା ମେହେର ନିଖୋଜ ଘଟଣା: ଆସନ୍ତାକାଲି କଳାହାଣ୍ଡି ଯିବ ବିଜେପି ମହିଳା ମୋର୍ଚ୍ଚା

author img

By

Published : Oct 19, 2021, 5:22 PM IST

ବିଜେପି ମହିଳା ମୋର୍ଚ୍ଚା

କଳାହାଣ୍ଡି ମହାଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ନୂଆ ମୋଡ ନେଇଛି । ଏହାକୁ ନେଇ ଆସନ୍ତାକାଲି (ବୁଧବାର) ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ 5 ଜଣିଆ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବେ । ଅଧିକ ପଢନ୍ତୁ...

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ନୂଆ ମୋଡ ନେଇଛି । ଆଜି ଏକ ଅପ୍ରତ୍ୟାଶିତ ଘଟଣା କ୍ରମେ ମହାଲିଙ୍ଗ କଲେଜର ନିର୍ମାଣଧିନ ଷ୍ଟାଡିୟମରୁ ନିଖୋଜ ମମିତା ମେହେରଙ୍କ ମୃତଦେହ ଉଦ୍ଧାର ହୋଇଛି । ଖାଲି ଏତିକି ନୁହେଁ ନିର୍ମାଣଧିନ ଷ୍ଟାଡିୟମରୁ କିଛି ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଜବତ ହୋଇଛି ।

ମମିତା ମେହେର ନିଖୋଜ ଘଟଣା; ଆସନ୍ତାକାଲି କଳାହାଣ୍ଡି ଯିବ ବିଜେପି ମହିଳା ମୋର୍ଚ୍ଚା

ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଘଟଣାରେ ଖୋଦ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ଆସିବାରେ ଲାଗିଛି । ଫଳରେ ମୁଖ୍ୟ ବିରୋଧୀ ଦଳ ବିଜେପି ଘଟଣାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛି ।

ଏହାକୁ ନେଇ ଆସନ୍ତାକାଲି (ବୁଧବାର) ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ 5 ଜଣିଆ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଘଟଣାସ୍ଥଳ ପରିଦର୍ଶନ କରିବେ । ଆଜି ( ମଙ୍ଗଳବାର) ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସୂଚନା ଅନୁସାରେ ପ୍ରତିନିଧ ଦଳ 2 ଦିନିଆ ଗସ୍ତ କରି ମମିତା ମେହେରଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବେ । ପରେ ଥାନା ଓ କଲେଜକୁ ଗସ୍ତ କରି ପୁରା ଘଟଣାର ଅନୁଧ୍ୟାନ କରିବ ।

ଏହା ସହ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.