ଆଜି ପବିତ୍ର Makar Sankranti, ଜାଣନ୍ତୁ ପୂଜାବିଧି ଆଉ ରୀତିନୀତି

author img

By

Published : Jan 14, 2022, 9:53 AM IST

ଆଜି ପବିତ୍ର ମକର ସଂକ୍ରାନ୍ତି ।

ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି (makara festival celebrated in all over india) । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ପବିତ୍ର ମକର ସଂକ୍ରାନ୍ତି । ପର୍ବ ଏକ, ନାଁ ଅନେକ । ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଆଉ ଉତ୍ତର-ପୂର୍ବରେ ବିହୁ । ପର୍ବକୁ ଆନନ୍ଦ ଉଲ୍ଲାସରେ ଦେଶବାସୀ । ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି (makara festival celebrated in all over india) । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି ।

ମକର ସଂକ୍ରାନ୍ତି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧିବା ସହିତ ଗୁଡି ଉଡାଇଥାଆନ୍ତି । ଏହାବାଦ ଉତ୍ତରପ୍ରଦେଶର ପ୍ରୟାଗରାଜରେ ମକର ସଂକ୍ରାନ୍ତି ଉପଲକ୍ଷେ କୁମ୍ଭ ମେଳାର ଶୁଭାରମ୍ଭ ହୋଇଥାଏ । ଯେଉଁଠି ଲକ୍ଷ ଲକ୍ଷ ଲୋକେ ଗଙ୍ଗା ସ୍ନାନ କରିଥାଆନ୍ତି । ଏହାସହ ଥଣ୍ଡାର ପ୍ରକୋପରୁ ରକ୍ଷା ମିଳିଥାଏ । କାରଣ ଏହାପରେ ବସନ୍ତ ଋତୁର ଆଗମନ ହୋଇଥାଏ ।

ମକର ସଂକ୍ରାନ୍ତି ପଛର ଇତିହାସ...

  • ଓଡିଆ ପ୍ରବାଦ ଅନୁଯାୟୀ ମକରଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୋଇଥାଏ।
  • ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟ ଏହି ଦିନ ପୂଜାର୍ଚ୍ଚନା କରନ୍ତି ।
  • ଅନେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ । କେତେକ ଏହି ଦିନ ଉଭୟ ଶିବ ଓ ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରନ୍ତି ।

ପୂଜା ବିଧି

ମକର ସଂକ୍ରାନ୍ତି ଦିନ ବ୍ରତ ରଖାଯାଏ । ମକର ସଂକ୍ରାନ୍ତି ବେଳକୁ ଓଡିଶାରେ ନୂଆ ଫସଲ ଅମଳ ହୋଇଥାଏ। ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶାଇ ଗୋଟିଏ ମିଠା ଭୋଗ ପ୍ରସ୍ତୁତ କରାଯାଏ । ଭୋଗକୁ ଗୃହଦେବତା ଓ ଧାନଖଳାରେ ଭୋଗ ଲଗାଯାଏ । ଏହାକୁ ‘ମକର ଚାଉଳ’ କୁହାଯାଏ । ଏହାକୁ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।

ଏହି ଦିନର ଆଉ ଏକ ବିଶେଷ ମହତ୍ତ୍ବ ରହିଛି । ଲୋକେ ନୂଆ ପୋଷାକ ପରିଧାନ କରନ୍ତି । ଗୁଡି ଉଡାଇ ଥାଆନ୍ତି । ଅନେକ ସ୍ଥାନରେ ଗୁଡି ଉଡାଇବା ପ୍ରତିଯୋଗିତା ମଧ୍ୟ ହୋଇଥାଏ ।

ସୂର୍ଯ୍ୟଙ୍କ ପାଇଁ କ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ଏହାଦ୍ବାର ସେମାନଙ୍କର ସାରାବର୍ଷ ଫସଲ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.