ଓଡ଼ିଶାରେ ଜାପାନୀ ଭାଷା-ଉତ୍କର୍ଷ କେନ୍ଦ୍ର ଉଦଘାଟିତ

author img

By

Published : Oct 14, 2021, 8:32 PM IST

ଓଡ଼ିଶାରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଉଦଘାଟିତ

ଜାପାନୀ ନିବେଶ ସେମିନାର ଅବସରରେ ରାଜ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ଜାପାନୀ ନିବେଶ ସେମିନାର ଅବସରରେ ରାଜ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନ କିଟ୍‍ ଓ କିସରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହୋଇଛି । ଓଡ଼ିଶା ଶିଳ୍ପ ବିଭାଗ ପକ୍ଷରୁ ଏହି ସେମିନାର ଆୟୋଜନ ହୋଇଥିଲା । ଏହି ବ୍ୟବସ୍ଥାକୁ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି ଆଜି ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଓଡ଼ିଶାରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଉଦଘାଟିତ

ଜାପାନୀ ଭାଷା କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ବିଶେଷ କରି ଛାତ୍ରଛାତ୍ରୀ ଜାପାନୀ ଭାଷାରେ ତାଲିମ୍‍ ନେବାର ସୁଯୋଗ ପାଇବେ । ଏହା ଛାତ୍ରଛାତ୍ରୀଙ୍କ ଜାପାନୀ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇବାରେ ସହାୟକ ହେବ । ଏହାସହ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବାରେ ଜାପାନୀ ଭାଷା କେନ୍ଦ୍ର ସହାୟକ ହେବ । ଇଣ୍ଟର୍ନସିପ୍‍ କାର୍ଯ୍ୟକ୍ରମରେ ୧୫୦ବର୍ଷ ପୁରାତନ ମିସୁବିସି ଗ୍ରୁପ୍‍ କିଟ୍‍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣ ଭାବେ ଗ୍ରହଣ କରିବ । ଏହା ବ୍ୟତୀତ ମିସୁବିସି ସିଏସ୍‍ଆର କାର୍ଯ୍ୟକ୍ରମ ଜରିଆରେ କିସ୍‍ର ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବ।


ଜାପାନୀ ଭାଷା କେନ୍ଦ୍ର ବିଶେଷ କରି ଜାପାନୀ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିସୁବିସି ଭାରତର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟୋଜି ତାଗୁଚି, ମିସୁବିସି ଭାରୀଶିଳ୍ପ ଭାରତର ପରିଚାଳନା ନିର୍ଦ୍ଦେଶକ ସୁଶେକେ ସୁତୋ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍‍ ଓ କିସ୍‍ର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.