ଆମ ଦାବିକୁ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଭଲ କଥା: ପ୍ରତାପ ଦେବ

author img

By

Published : Aug 6, 2022, 8:17 PM IST

Etv Bharat

ଓଡିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲ । ଏହି ଦାବି ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲ । ଏହି ଦାବି ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମ ଦାବିକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଭେଟିବା ଭଲ କଥା ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।

ଆମ ଦାବିକୁ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଭଲ କଥା: ଶିଳ୍ପ ମନ୍ତ୍ରୀ

ପ୍ରତାପ କହିଛନ୍ତି ଯେ, "ଆମେ ଯେଉଁ କଥା ଦାବି କରୁଥିଲୁ ଯଦି କେନ୍ଦ୍ରମନ୍ତ୍ରୀ ସେହି ଦାବି କରିଛନ୍ତି ତେବେ ତାହା ଭଲ କଥା । ଓଡ଼ିଶାର ଲୋକେ ଏଥିରେ ନିଶ୍ଚୟ ଉପକୃତ ହେବେ । ଆମେ ଯେଉଁ କଥା କହି ଆସୁଥିଲୁ ବର୍ତ୍ତମାନ ତାହା କର୍ଯ୍ୟସିଦ୍ଧି ହେଲା । ରାଜ୍ୟ ସରକାର ଫନି ପରଠୁ ଏ କଥା କହି ଆସୁଥିଲେ ।" ତେବେ ଯେତେବେଳେ କେନ୍ଦ୍ରମନ୍ତ୍ରୀ ସେ ପ୍ରସଙ୍ଗକୁ ଧରିଛନ୍ତି, ନିଶ୍ଚିତ ଭାବେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ଏହା ଦ୍ୱରା ରାଜ୍ୟ ସରକାରଙ୍କୁ ହିଁ ଲାଭ ମିଳିବ ଏବଂ ରାଜ୍ୟର ଯୋଗ୍ୟ ହିତାଧିକାରୀ ଉପକୃତ ହେବେ । ଯେଉଁମାନେ ବଞ୍ଚିତ ହେଇଛନ୍ତି ଘର ପାଇବାରୁ ସେମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.