ବଢୁଛି କଂଗ୍ରେସ ଗୋଷ୍ଠୀ ବିବାଦ, ପଦାରେ ପଡ଼ିଲା ମୋକିମ-ତାରା କଳି

author img

By

Published : Sep 20, 2022, 11:06 PM IST

ବଢୁଛି କଂଗ୍ରେସ ଗୋଷ୍ଠୀ ବିବାଦ, ପଦାରେ ପଡ଼ିଲା ମୋକିମ-ତାରା କଳି

କମୁନି କଂଗ୍ରେସ ଦଳ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଉଛି କଂଗ୍ରେସ କଳି(inter disturbance in congress) । ରାଜ୍ୟରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କମୁନି କଂଗ୍ରେସ ଦଳ କନ୍ଦଳ । ଦିନକୁ ଦିନ ଉଗ୍ରରୂପ ନେଉଛି କଂଗ୍ରେସ କଳି(inter disturbance in congress) । ରାଜ୍ୟରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ । ତାରାପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ୍ ଦଳୀୟ ରାଜନୀତିକୁ ନେଇ ମୁଁହାମୁହିଁ ହୋଇଛନ୍ତି । ସେପଟେ କଂଗ୍ରେସ ଭବନରେ ଚାଲିଛି ସମୀକ୍ଷା ଉପରେ ସମୀକ୍ଷା । ୨୦୨୪ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ତିଆରି ହୋଇଛି ନୂଆ ଆକ୍ସନ ପ୍ଲାନ୍‌ ।

ବଢୁଛି କଂଗ୍ରେସ ଗୋଷ୍ଠୀ ବିବାଦ, ପଦାରେ ପଡ଼ିଲା ମୋକିମ-ତାରା କଳି

ରାହୁଲ ଗାନ୍ଧୀ ଭାରତଯୋଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନକୁ ମଜଭୁତ୍‌ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ବିଧାନସଭା ପରିସରରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ମହମ୍ମଦ ମୋକିମ୍‌ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ କଂଗ୍ରେସର ଭିତିରି କଥା ପଦାରେ ପଡ଼ିଛି । ସେପଟେ କଂଗ୍ରେସ ପିସିସି ସଭାପତି କହିଛନ୍ତି କାରଣ ଦର୍ଶାଅ ନୋଟିସ୍‌ ମୁଁ AICCକୁ ଦେଇ ସାରିଛି ମୋ ହାତରେ କିଛି ନାହିଁ ।

ରାଷ୍ଟ୍ରପତି ନିର୍ବାଚନରେ କଟକ ବାରବାଟୀ ବିଧାୟକ ଦଳର ନିଷ୍ପତ୍ତି ବାହାରକୁ ଯାଇ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିଲେ । ସେଥିପାଇଁ କଂଗ୍ରେସ ଦଳ ପକ୍ଷରୁ ମହମ୍ମଦ ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ଏହାକୁ ନେଇ ଏବେ କଂଗ୍ରେସ ରାଜନୀତି ସରଗରମ । ବାରବାଟି ବିଧାୟକ କହିଛନ୍ତି, "ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ କାରଣ ଦର୍ଶାଅ ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବିନି । କେବଳ କଟକ ଭିତରେ ସୀମିତ ରହିବି । "

ଏହା ମଧ୍ୟ ପଢନ୍ତୁ : କଂଗ୍ରେସ ବିଧାୟକ କଳି, ପୁଣି ମୁହାଁମୁହିଁ ତାରା ଓ ମୋକିମ

କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି । ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି । ଯୁବକମାନଙ୍କୁ ଅଗ୍ରାଧିକାର ମିଳୁନି । ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଥିବା ଆଲୋଚନା ହେଉଛି ।

ଏଭଳି ଆଲୋଚନା ମଧ୍ୟରେ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, "ମୁଁ ଚାରି ଚାରି ଥରର ବିଧାୟକ । କେତେବେଳେ ଡଷ୍ଟବିନରେ ପଡିଛି ତ କେତେବେଳେ ଷ୍ଟେଜ୍‌ରେ ଫୁଲମାଳ ପିନ୍ଧିଛି । ମୋକିମ୍ ଥରେ ମାତ୍ର ବିଧାୟକ ହୋଇ ଏତେ ବ୍ୟଗ୍ର ହେଉଛନ୍ତି । ଦଳ ତାଙ୍କୁ ବହୁତ କିଛି ଦେଇଛି ଓ ଦଳ ପାଇଁ ସେ ସବୁକିଛି ପାଇଛନ୍ତି ।"

ଦଳକୁ ଆଗ ଦେଖିବାକୁ ମୋକିମଙ୍କୁ କହିଛନ୍ତି ତାରା । ସେପଟେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "କଂଗ୍ରେସ ଦଳ ରେ କନ୍ଦଳ ନାହିଁ । କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ମୋ ହାତରେ ନାହିଁ । ଉପରୁ ଯାହା ନିଷ୍ପତ୍ତି ଆସିବ । କଂଗ୍ରେସ ଭବନ କଂଗ୍ରେସ କର୍ମୀଙ୍କର । କର୍ମୀ କି ବିଧାୟକ କାହାକୁ ଆସିବାକୁ ମନା ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.