BJDରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

author img

By

Published : Sep 15, 2021, 3:51 PM IST

Updated : Sep 15, 2021, 5:43 PM IST

Former kotpad mla chandra sekhar majhi join bjd

ବିଜେଡିରେ ସାମିଲ ହେଲେ ପୂର୍ବତନ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଶଙ୍ଖ ଧରିଛନ୍ତି ଚନ୍ଦ୍ର ଶେଖର ମାଝୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ଆଜି (ବୁଧବାର) ବିଧିବଧ ଭାବରେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ, ବିଜେଡି ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ବିିଜେଡିରେ ସାମିଲ ହୋଇଛନ୍ତି ।

ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବାତାବରଣ ଉଷ୍ଣ ହେବାରେ ଲାଗିଛି । ଦଳବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଏହି କାର୍ଯ୍ୟକ୍ରମରେ କୋରାପୁ଼ଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, କୋଟପାଡ ବିଧାୟିକା ତଥା ମନ୍ତ୍ରୀ ପଦ୍ମୀନି ଦିଆନ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ,ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସହ କୋରାପୁଟ ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ର ଶେଖର ମାଝୀ ।

ବିଜେଡିରେ ସାମିଲ ହେବାପରେ ଚନ୍ଦ୍ରଶେଖର ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଶାସନ । ନବୀନ ପଟ୍ଟନାୟଙ୍କ ଆଦର୍ଶରେ ଆନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଆଗାମୀ ଦିନରେ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ସୂଚନାଥାଉକୁ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କୋଟପାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନଙ୍କ ଠାରୁ ପରାସ୍ତ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀ । ଏହା ପୂର୍ବରୁ ତାଙ୍କ ଭାଇ ସ୍ବର୍ଗୀୟ ବାସୁଦେବ ମାଝୀ କୋଟପାଡ ଆସନରେ ୮ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । କୋଟପାଡ ନିର୍ବାଚନମଣ୍ଡଳୀରେ ବାସୁଦେବ ମାଝୀଙ୍କ ସ୍ବତନ୍ତ୍ର ପରିଚୟ ରହିଛି ଯାହାକୁ ପାଥେୟ କରି ବିଜେଡି ଆଗାମୀ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚେଷ୍ଟା କରିବ ଆଶା କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Sep 15, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.