Panchayat Election: ବ୍ଲକସ୍ତରରେ ବାହାରିଲା ବିଜ୍ଞପ୍ତି

author img

By

Published : Jan 13, 2022, 4:33 PM IST

Updated : Jan 13, 2022, 5:49 PM IST

PanchayatElection

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବ୍ଲକସ୍ତରରେ ଜାରି ହେଲା ବିଜ୍ଞପ୍ତି । ଜାନୁଆରୀ 17 ରୁ 21 ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବ୍ଲକ ସ୍ତରରେ ଜାରି ହେଲା (Formal Notification For Odisha Panchayat Polls Out) ବିଜ୍ଞପ୍ତି । ଜାନୁଆରୀ 17 ରୁ 21 ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା ।

ସରଗରମ ହେବାରେ ଲାଗିଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଉଷ୍ମ ହେଉଛି ଗାଁ ରାଜନୀତି । ଚଳିତ ଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥି ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ।

ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହା ସହ ଚଳିତ ଥର ବୁଥ ଗଣତି ବଦଳରେ ବ୍ଲକ ସ୍ତରରେ ଗଣତି କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jan 13, 2022, 5:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.