ଏଣିକି ଓଡ଼ିଆରେ ଦେଇ ପାରିବେ OAS ପରୀକ୍ଷା

author img

By

Published : Sep 22, 2022, 9:54 AM IST

ଏଣିକି ଓଡ଼ିଆରେ ଦେଇ ହେବ OAS ପରୀକ୍ଷା

ଏଣିକି ଓଡ଼ିଆରେ ଦେଇ ହେବ OAS ପରୀକ୍ଷା । ପରୀକ୍ଷାର୍ଥୀ ନିଜ ଇଚ୍ଛାରେ ଓଡ଼ିଆ ଏବଂ ଇଂରାଜୀ ଭାଷା ମଧ୍ୟରୁ ଯେଉଁଥିରେ ପରୀକ୍ଷା ଦେଇପାରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା(OAS Exam) । ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ବି ଓଡ଼ିଆରେ ହେବ । ପ୍ରଶ୍ନ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ । ପରୀକ୍ଷାର୍ଥୀ ନିଜ ଇଚ୍ଛା ଅନୁସାରେ ଉଭୟ ଇଂରାଜୀ ଓ ଓଡ଼ିଆ ମଧ୍ୟରୁ ଯେକୌଣସି ଭାଷାରେ ପରୀକ୍ଷା ଦେଇପାରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ଚିଠି ହୋଇଛି । ଯେଉଁଥିରେ ଉଲ୍ଲେଖ ଅଛି ଯେ, ପରୀକ୍ଷାର୍ଥୀମାନେ ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଉଭୟ ଭାଷାରେ ଉତ୍ତର ଲେଖିପାରିବେ । ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର


ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁନଥିଲା । ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧ ରେ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ଆଉ ଏବେ ଏହା ଲାଗୁ ହେବାକୁ ଯାଉଥିବା ବେଳେ ପଛୁଆ ଓ ଆଦିବାସୀ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି । ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.