Panchayat Election 2022: ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳାକୁ ଗୁରୁତ୍ୱ, ବଦଳିପାରେ ଗାଇଡଲାଇନ

author img

By

Published : Jan 15, 2022, 4:32 PM IST

Updated : Jan 15, 2022, 4:39 PM IST

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ ଅୟୋଗଙ୍କ ଆଲୋଚନା: ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳାକୁ ଗୁରୁତ୍ୱ

ପଞ୍ଚାୟତ ନିର୍ବାଚନ ନେଇ ଆଜି(ଶନିବାର) ନିର୍ବାଚନ ଆୟୋଗଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ହୋଇଛି । ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆଜି(ଶନିବାର) ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଆଲୋଚନା ହୋଇଛି । ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ । ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିବା ବେଳେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ୱ ଦିଆଯାଇଛି । ଏହାସହ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଗାଇଡ଼ ଲାଇନରେ କିଛି ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Panchayat Election 2022: ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳାକୁ ଗୁରୁତ୍ୱ, ବଦଳିପାରେ ଗାଇଡଲାଇନ

ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକର ପ୍ରଥମ ପର୍ଯ୍ୟାୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ବୈଠକରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ୍‌ ଡିଜି ସୁନୀଲ କୁମାର ବଂଶଲ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ରାଜକୁମାର ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ ।



କୋଭିଡ଼ ଗାଇଡ ଲାଇନକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ହୋଇଛି । ନାମାଙ୍କନ ଦାଖଲ ସମୟରେ କଣ ଗାଇଡ଼ ଲାଇନ ରହିବ । ପ୍ରଚାର, ଭୋଟଦାନ ଓ ଭୋଟ ଗଣତି ସମୟରେ ଗାଇଡ଼ ଲାଇନ କିଭଳି ରହିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲାପାଳ ମାନଙ୍କ ମତାମତ ନିଆଯାଇଛି । ଗ୍ରାଉଣ୍ଡରୁ ଆସିଥିବା ମତାମତକୁ ଆଧାର କରି ଗାଇଡ଼ ଲାଇନ ରିଭାଇଜ କରାଯିବ । ଏନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।



ସେହିପରି ଦ୍ଵିତୀୟ ପର୍ଯ୍ୟାୟ ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ବିଷଦ ଆଲୋଚନା ହୋଇଛି । ପୋଲିସ ଡିଜି ଓ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳାଙ୍କ ଉପସ୍ଥିତରେ ଆଲୋଚନା ହୋଇଛି । ଜିଲ୍ଲାପାଳ, ଏସପି/ଡିସିପି, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନବେଳେ ଆଇନଶୃଙ୍ଖଳା ରକ୍ଷା ନେଇ ଆଲୋଚନା ହୋଇଛି । ଅତ୍ୟଧିକ ସମ୍ବେଦନଶୀଳ ଓ ମାଓ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ବ୍ୟବହାର ନେଇ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jan 15, 2022, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.