ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି

author img

By

Published : Oct 13, 2021, 3:54 PM IST

Updated : Oct 13, 2021, 6:02 PM IST

DMK leader Kanimozhi meet Naveen pattnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଡିଏମକେ ନେତ୍ରୀ କାନିମୋଝି କରୁଣାନିଧି । ପ୍ରାୟ ଅଧ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ସର୍ବଭାରତୀୟ ପରୀକ୍ଷାରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ହେଉଥିବା ସମସ୍ୟା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିବା ପ୍ରସଙ୍ଗକୁ ସମର୍ଥନ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍.କେ.ଷ୍ଟାଲିନ । ଏହି ପ୍ରସଙ୍ଗରେ ଡିଏମକେ ସଂସଦୀୟ ଦଳର ଉପନେତା ତଥା ଷ୍ଟାଲିନଙ୍କ ଭଉଣୀ କାନିମୋଝି କରୁଣାନିଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି

ବୁଧବାର ନବୀନ ନିବାସରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନ ଉପସ୍ଥିତ ଥିଲେ । ବୈଠକ ସମୟରେ କନିମୋଝି ନବୀନଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍.କେ.ଷ୍ଟାଲିନଙ୍କ ପତ୍ର ପ୍ରଦାନ କରିଛନ୍ତି । ଗ୍ରାମାଞ୍ଚଳର ତଥା ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଟ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଦୁଇ ନେତା ଆଲୋଚନା କରିଛନ୍ତି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କ ଚିଠିରେ ନିଟ୍‍ ୟୁଜି ପରୀକ୍ଷାରେ ପାସ କରିବାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି
ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ଜାତୀୟ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିଟ୍‍, ଆଇଆଇଟି ଏବଂ ୟୁପିଏସ୍‍ସିକୁ ନେଇ ଏହି ଦିଗରେ ପଦକ୍ଷେପ ନେବାକୁ ନବୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନିମୋଝିଙ୍କୁ ହକି ଖେଳାଳିଙ୍କ ଜର୍ସି ଉପହାର ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated :Oct 13, 2021, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.