ନବଦମ୍ପତି କିଟ, ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା

author img

By

Published : Sep 20, 2022, 6:24 PM IST

ନବଦମ୍ପତି କିଟ, ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପକ୍ରିୟା

ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର । ପରିବାର ନିୟୋଜନ ପାଇଁ ନବ ଦମ୍ପତିଙ୍କ ପ୍ରଦାନ ହେବ କିଟ । କିଟରେ ଗର୍ଭନିରୋଧକ ଭାବେ କଣ୍ଡୋମ ସମେତ ଅନେକ ଜିନିଷ ରହିଥିବା ବେଳେ ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା । ଅଧିକ ପଢନ୍ତୁ

ଭୁବନେଶ୍ବର: ନବ ଦମ୍ପତିଙ୍କୁ ସରକାରୀ ଉପହାର (Marriage gift to newly wed Couple) । ନବ ବିବାହିତଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେବ ଉପହାର Marriage gift from Odisha Government । ଆସନ୍ତା ଡ଼ିସେମ୍ବରରୁ ପରିବାର ନିୟୋଜନ ପାଇଁ ନବ ଦମ୍ପତିଙ୍କ ପ୍ରଦାନ ହେବ କିଟ । ଏବେ କିଟ କ୍ରୟ ପ୍ରକ୍ରିୟା ଜାରି ରହିଛି । ପ୍ରତି କିଟ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଶାକର୍ମୀମାନେ ଏହି କିଟ ବଣ୍ଟନ କରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ନବଦମ୍ପତି କିଟ, ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା

ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶାକର୍ମୀ ଦେବେ ଏହି ଉପହାର (Marriage gift) । ସ୍ବାସ୍ଥ୍ୟ ବିଭାଗର NRHM ପକ୍ଷରୁ ଦିଆଯିବ 'ନବଦମ୍ପତି ଗିଫ୍ଟ' । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ ସହ ଅନ୍ୟାନ୍ୟ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ରହିବ ।

ତା ସହ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ଡିସେମ୍ବର ମାସରୁ ଲାଗୁ କରାଯିବ ବୋଲି କହିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି। ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ।

ଏହା ବି ପଢନ୍ତୁ- ଦେଶରେ ପ୍ରଥମ, ନବଦମ୍ପତିଙ୍କୁ ମ୍ୟାରେଜ ଗିଫ୍ଟ ଦେବେ ରାଜ୍ୟ ସରକାର

ଏହି କିଟ ଦେବାର ମୁଖ୍ୟ କାରଣ ହେଉଛି, ବିବାହର ଦୁଇ ବର୍ଷ ପରେ ସନ୍ତାନଟି ଜନ୍ମ ହେବାର ଆବଶ୍ୟକ । ଏହା ଛଡା ଦିତୀୟ ସନ୍ତାନଟି ଅତି କମରେ ୩ବର୍ଷ ଅନ୍ତର ରହିବା ଆବଶ୍ୟକ । ଏହି କିଟ୍‌ରେ ଗର୍ଭନିରୋଧକ ଭାବେ କଣ୍ଡୋମ (Condom) ସମେତ ଅନ୍ୟାନ୍ୟ ଉପାଦାନ ରହିବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏହି ଯୋଜନା ଉଭୟ ସହର ଓ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ବିଶେଷ ଭାବରେ ପ୍ରଥମ ସନ୍ତାନ ଜନ୍ମର ବିଳମ୍ବ ଓ ପରିବାର ନିୟୋଜନକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.