ମନୀଷ ଦାସ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

author img

By

Published : Oct 13, 2021, 10:39 AM IST

Updated : Oct 13, 2021, 1:05 PM IST

ଆତ୍ମ ସମର୍ପଣ କଲେ ମୃତ ମନୀଷଙ୍କ ୨ ସାଙ୍ଗ

ସାମ୍ବାଦିକ ନବୀନ ଦାସଙ୍କ ମୃତ ପୁଅ ମନୀଷଙ୍କ ମୃତ୍ୟୁ ମାମଲା । ଆତ୍ମସମର୍ପଣ କଲେ ଦୁଇ ସନ୍ଦିଗ୍ଧ । ମନୀଷଙ୍କ ମୃତ୍ୟୁ ପରେ ଫେରାର ଥିଲେ ଉଭୟ । ଅନ୍ୟପଟେ ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆତ୍ମସମର୍ପଣ କଲେ ମୃତ ମନୀଷ ଦାସଙ୍କ ମୃତ୍ୟୁ ମାମଲାର ୨ ସନ୍ଦିଗ୍ଧ । ବହୁ ଚର୍ଚ୍ଚିତ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମୃତ୍ୟୁ ମାମଲାର ନୂଆ ମୋଡ । ଆଜି(ବୁଧବାର) ଦୁଇ ସନ୍ଦିଗ୍ଧ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ 2 ଜଣଙ୍କୁ ଅଟକ ମଧ୍ୟ ରଖିଛି । ଆତ୍ମସମର୍ପଣ କରିଥିବା ୨ ଯୁବକ ହେଉଛନ୍ତି, ମୃତ୍ୟୁଞ୍ଜୟ ମିଶ୍ର ଏବଂ ଦିନେଶ ମହାପାତ୍ର ।

ମନୀଷ ଦାସ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ୨ ସାଙ୍ଗ

ଭୁବନେଶ୍ୱରର ୨ ଜଣଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁ ଥିବାବେଳେ ଗତକାଲି(ମଙ୍ଗଳବାର) କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କୁ ଅଟକ ରଖିଥିଲା । ଏହାପରେ ଆଜି ସକାଳେ ୨ ଜଣ ଫୁଲବାଣୀ ଟାଉନ୍‌ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ସେମାନଙ୍କୁ ଆଣିବାକୁ ଭୁବନେଶ୍ୱରରୁ ଏକ ଟିମ୍‌ ଫୁଲବାଣୀ ଯାଇଛି ।

ସୂଚନାଥାଉକି, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମନୀଷ ଅନୁରାଗଙ୍କ ମୃତଦେହ ଗତ ୧୦ ତାରିଖରେ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ସ୍ଥିତ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା । ଗତ ୯ ତାରିଖ ରାତିରୁ ସେ ନିଖୋଜ ଥିଲେ । ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ । ତେବେ ପୁଅକୁ ହତ୍ୟା କରାଯାଇଥିବା ନେଇ ନବୀନ ଦାସ ଥାନାରେ ଏତଲା ଦେଇଥିଲେ । ଏଥିସହ ପୁଅକୁ ତା'ର ସାଙ୍ଗମାନେ ଘରୁ ଡାକିନେଇ ହତ୍ୟା କରିଥିବା ମଧ୍ୟ ଅଭିଯୋଗ କରିଥିଲେ ନବୀନ ଦାସ ।

ପୋଲିସ ପୋଷ୍ଟମଟମ୍ ରିପୋର୍ଟ ଆଧାରରେ ତଦନ୍ତ ଜାରି ରଖିଥିବାବେଳେ ଆଜି ୨ ଯୁବକ ଆତ୍ମସମର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 13, 2021, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.